-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ବଲାଙ୍ଗିର (ପ୍ରେରଣା ଖବର) :ଆଜି ସଦର ବ୍ଲକ ଅନ୍ତର୍ଗତ ହର୍ଡଟାଲ ଧୋବା ଭୋଇ ହାଇସ୍କୁଲ ପଡିଆରେ ଆର ଆର ସିସି ଆନୁକୁଲ୍ୟରେ ତ୍ରି ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୧୬ ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ୟାଚରେ ମାଲପଡା, ବଲାଙ୍ଗିର କୁ ହରାଇ ରାଜୀବ ନଗର, ବଲାଙ୍ଗିର ବିଜୟ ହୋଇଥିଲା । ମୁଖ୍ୟ ଅତିଥି ସମାଜସେବୀ ଶ୍ରୀ ଜୟକୃଷ୍ଣ ମିଶ୍ର ଉଭୟ ଦଳ ଙ୍କୁ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ, ସମ୍ମାନିତ ଅତିଥି ଯୁବ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ରାଧାକାନ୍ତ ଭୋଇ, ବିଜେଡି ନେତା ରାଜେନ୍ଦ୍ର ହୋତା, ଯୁବ
ନେତା ପ୍ରମୋଦ ପଟେଲ, ଜିତୁ ସିଂଦେଓ, ସତ୍ୟବ୍ରତ ପୁଟେଲ, ଯସ୍ମିତା ଦଣ୍ଡସେନା, ପ୍ରମୁଖ ଯୋଗଦେଇଥିଲେ । RRCC କମିଟି ର ଆଶୁତୋଷ ପଧାନ ଙ୍କ ସଂଯୋଜନା ରେ ପ୍ରମୋଦ ବେହେରା, ଜୟରାମ ଭୋଇ, ରଞ୍ଜିତ ବେହେରା, ସମ୍ଭୁ ଶଙ୍କର ମିଶ୍ର, ଯଶକେତନ୍ ବେହେରା, କରୁଣା, ସଙ୍କୀର୍ତ୍ତନ, ରାଜେଶ, ଓଁକାର ପ୍ରମୁଖ ଆୟୋଜିତ କରିଥିଲେ । ଆମ୍ପେୟର ନିଲେସ ଦଣ୍ଡସେନା, ସଙ୍କୀର୍ତ୍ତନ କୁମ୍ଭାର ଖେଳ ପରିଚାଳନା କରିଥିଲେ ।