-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ପଦ୍ମପୁର:-ବରଗଡଜିଲ୍ଲା ର ଜଣେ ଦକ୍ଷ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀ ଙ୍କ ପାଦ ପଡ଼ିଲା ବହୁ ଚର୍ଚ୍ଚିତ ଅବହେଳିତ ଶୈବପୀଠ ଦେବଦର୍ହା ରେ l ପଦ୍ମପୁରରୁ ୧୪ କିମି ଉତ୍ତରକୁ ଥିବା ପ୍ରସିଦ୍ଧ ଶୈବପୀଠ ଦେବଦର୍ହା କୁ ପରିଦର୍ଶନରେ ଯାଇଥିଲେ।ପ୍ରାକୃତିକ ଓ ଆଧ୍ୟାତ୍ମିକ ପରିବେଶର ଆକର୍ଷଣ ବୃଦ୍ଧି ପାଇଁ ଭିତ୍ତିଭୂମି ଓ ସ୍ଥିତି ନିରୀକ୍ଷଣ କରିଥିଲେ।ତାଙ୍କ ସହ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୋଦ କୁମାର ସିଂ,ପଦ୍ମପୁର ତହସିଲଦାର ସଞ୍ଜନ ସେଠ,ପାଇକମାଲ ବ୍ଲକ ଓ ପଦ୍ମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଥିଲେ।ଜିଲ୍ଲାପାଳ ମନ୍ଦିରର ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଜନସାଧାରଣଙ୍କ ଠାରୁ ବୁଝିଥିଲେ।ଲଖମରା ର ମଧୁସୁଦନ ଦାସ,ଜଳଧର ବରିହା, ବିଷ୍ଣୁ ମହାନ୍ତି,ଚର୍ଦ୍ଦାପାଲିର ବାଳକୃଷ୍ଣ ନାଏକ,ମଣ୍ଟୁ ବେହେରା,ଗସ୍ତିଡିହିର ମିତ୍ରଭାନୁ ସାହୁ,ମୋତିଲାଲ ବାଲମ ପ୍ରମୂଖ ଜିଲ୍ଲାପାଳଙ୍କୁ ଦେଖା କରି ମନ୍ଦିରର ଉନ୍ନତି ପାଇଁ ଅନୁରୋଧ କରିଥିଲେ।