-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ ଚନ୍ଦ୍ର ପୁର ରେଞ୍ଜ ଅନ୍ତର୍ଗତ ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଶୁଆ ଶାବକ ନେଇ ଆସୁଥିବା ବେଲେ ବନ ବିଭାଗ ଚଢାଉ କରି ୮ ଟି ଶୁଆ ଶାବକ ଜବତ କରିବା ସହ ଏହି ବେଆଇନ କାରବାରରେ ଜଡ଼ିତ ଥିବା ଅଭିଯକ୍ତ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଅନ୍ତର୍ଗତ ଗରିଆଖଣ ଗ୍ରାମର ପ୍ରଦୀପ କୁଜୁର(୨୮) ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ଲଣ୍ଡାକୋଟ ସରକ୍ଷିତ ଜଙ୍ଗଲରୁ ଶୁଆ ଶାବକ ବେଆଇନ ଭାବରେ ନେଇ ଆସୁଥିବା ବେଳେ ବିଶେଷ ସୁତରୁ ବନ ବିଭାଗ ଖବର ପାଇ ଚଢ଼ାଉ କରି ୮ଟି ଶୁଆ ଶାବକ ଜବତ କରିବା ସହ ଏହି ବେଆଇନ କାର୍ଯ୍ୟରେ ସଂଶ୍ଲିଷ୍ଟ ଯୁବକକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ସୂଚନା ଦେଇଛନ୍ତି।