-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ବୋରପଦର୍ ଗ୍ରାମ ପଞ୍ଚାୟତର ଜମୁନାପୁର୍ ଫୁଟବଲ ପଡ଼ିଆ ରେ ଚାଲିଥିବା ଜମୁନପୁର୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଦ୍ଵିତୀୟ ଦିବସରେ ଡଙ୍ଗାପଟା ଓ କୁଶୁର୍ଲା ମଧ୍ୟରେ ମ୍ୟାଚ ଟି ଅନୁଷ୍ଠିତ ହୋଇଥିଲା। ଏଥିରେ ଡଙ୍ଗାପଟା ଦଳ କୁଶୁର୍ଲ। ଦଳ କୁ ୧-୦ ରେ ପରାସ୍ତ କରି ବିଜୟ ହୋଇଛି। ଏହି ଅବସରରେ ଅତିଥି ଭାବରେ ପ୍ରଫୁଲ୍ଲ ସାହୁ, ସିମାଞ୍ଚଲ୍ ମାଝୀ, ଦୟାନିଧି ମାଝୀ , ଗୋପାଳ ବାରିକ ଓ କେଶବ ଭୋଇ ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳର ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ଵର ଭୋଇ, ନେପାଲ ଭୋଇ,ସତ୍ୟ ସାହୁ,ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରି ଥିବା ବେଳେ ଖେଳଟି କୁ ମୁକୁନ୍ଦ, ବିନୋଦ ଓ ସୁରେଶ ପରିଚାଳନା କରିଥିଲେ।ତେବେ ଆସନ୍ତା କାଲି ର ମ୍ୟାଚ ଟି ବିନେକେଲା ଓ ଜମୁନାପୁର ମଧ୍ୟରେ ହେବାକୁ ଥିବା କମିଟି ପକ୍ଷରୁ କୁହାଯାଇଛି।