-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ସୁବର୍ଣ୍ଣପୁର,, ସୁବର୍ଣ୍ଣାନାରୀ ଜାଗରଣ କେନ୍ଦ୍ର ଏବଂ ଲେପ୍ରା ସୋସାଇଟି ର ମିଳିତ ଆନୁକୂଲ୍ୟରେ କୁଷ୍ଠ ନିରାକରଣ ପକ୍ଷ ପାଳନ ଅବସରରେ ଏକ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ଉପରେ ଏହି ରଙ୍ଗୋଲି ପ୍ରସ୍ତୁତି କୁ ପ୍ରାଧାନ୍ୟ ଦିଆଯାଇଥିଲା l ଏଥିରେ ଜୁନିୟର ଗ୍ରୁପରେ ଭଗବତୀ ରାୟଗୁରୁ, ଇନ୍ଦୁମତୀ ପୁରୋହିତ ତଥା ଲେପ୍ରା ସୋସାଇଟି ର ପ୍ରକଳ୍ପ ଅଧିକାରୀ ନେତ୍ରାନନ୍ଦ ସାହୁ ଏବଂ ସିନିୟର ଗ୍ରୁପରେ କ୍ଷେତ୍ର ସଂଯୋଜକ ନୃସିଂହ ମିଶ୍ର ଏବଂ ଶିକ୍ଷାବିତ ନରେନ୍ଦ୍ର କୁମାର ମିଶ୍ର ପରିଚାଳନା କରିବା ସହ ବିଚାରକ ଭାବରେ ଯୋଗ ଦେଇଥିଲେ l ଏଥିରେ ସୁବର୍ଣ୍ଣାର ସମସ୍ତ ସଭ୍ୟା ଭାଗ ନେଇଥିଲେ l ଲେପ୍ରା ସୋସାଇଟି ର ଅମ୍ବାସାଡର ଗୋରେଖ ନାଥ ସାହୁ ପ୍ରତିଯୋଗୀ ତାର ଜୁନିଅର
ଗ୍ରୁପ ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିକିତା ବିଶି, ଜ୍ୟୋତିର୍ମ ୟୀ ବିଶି ଓ ସମିକ୍ଷାଶୁଭନନ୍ଦିନୀ ମେହେର ଏବଂ ସିନିୟର ଗ୍ରୁପ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଆରତୀ ଖମାରୀ, ପୁଷ୍ପା ମେହେର ଓ କଳ୍ପନା ମେହେର ଙ୍କୁ ଉତ୍ସାହିତ କରିଥିଲେ l ଏହି କୃତିପ୍ରତିଯୋଗୀ ମାନେ ଆଜି ଜିଲ୍ଲା ପାଳଙ୍କ ଦ୍ୱାରା ପୁରସ୍କୃତ ହେବେ ବୋଲି ସୂଚନା ଦିଆଯାଇଛି l