-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟ ରେ ୧୦ ଦିନିଆଁ ବୌଦ୍ଧ ଜ଼ିଲ୍ଲାବ୍ୟାପି କୋଭିଡ ସଚେତନତା ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲାଲଟେନ୍ଦୁ ମିଶ୍ର ଉକ୍ତ କୋଭିଡ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି ସଚେତନତା ରଥ ଜିଲ୍ଲାର କୋଣ ଅନୁକୋଣରେ କୋଭିଡ ସଚେତନତା ନେଇ ବୁଲିବା ସହିତ ଲୋକଙ୍କୁ ସଚେତନତା ଗୀତ ମାଧ୍ୟମରେ କରିବ ।ଏହି ସଚେତନତା ରଥ ଶୁଭାରମ୍ଭ ପରେ ପ୍ରଥମ ଦିନରେ ଜିଲ୍ଲାର କଣ୍ଟାମାଲ ବ୍ଲକ ର ମନମୁଣ୍ଡା ଏବଂ ପଲସାଗରା ଗ୍ରାମ ପଂଚାୟତ ଅଞ୍ଚଳରେ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବ । ଏହିପରି ଭାବରେ ଜିଲ୍ଲା ବ୍ୟାପି10 ଦିନର ସଚେତନତା କାର୍ଯ୍ୟକ୍ରମ ରହିଛି ।ଏହି ସଚେତନତା କାର୍ଯ୍ୟକ୍ରମ ମୂଖ୍ୟତଃ କୋଭିଡ ସମ୍ବନ୍ଧୀୟ ଭେକ୍ସିନେସନ,ବୁଷ୍ଟର ଡୋଜ, 15ରୁ18 ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କ ପାଇଁ ଟୀକା
କରଣ ଏବଂ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବ।ଯେଉଁ ସ୍ଥାନରେ କୋଭିଡ ଟୀକା କରଣ ହାର କମ ରହିଛି ଉକ୍ତ ରଥ ସେହି ସ୍ଥାନରେ ଅଧିକ ସଚେତନତା ସୃଷ୍ଟି କରିବ ।ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ,dpho ପ୍ରୋଦଶ ମହାପାତ୍ର,ଏଡିଏମଓ ମେଡ଼ିକାଲ କିଶୋର ଚନ୍ଦ୍ର ପଟନାୟକ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା ପ୍ରୋଗ୍ରାମ ମେନେଜର ରୂପକ ମହାପାତ୍ର ଆକ୍ସନଏଡ଼ର ଜିଲ୍ଲା ପରାମର୍ଶ ଦାତ୍ରୀ ପ୍ରବିଜ୍ଞା ଦାସ, ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନଶକ୍ତି ଦେବବ୍ରତ ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମମତା ଆଶିଷ ମହାନ୍ତି, ମୁଖ୍ୟ ସହାୟକ ରାଜେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଜିଲ୍ଲା କାର୍ଯ୍ୟଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।