-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
ପଦ୍ମପୁର : ମହଙ୍ଗା ପଡିଲା ଜିଏସଟି ଫଙ୍କା , ଦୀର୍ଘ ଦିନ ଜିଏସଟି ଫାଙ୍କି ଟଙ୍କା ରୋଜଗାର କରିବା ଆଜି ମହଙ୍ଗା ପଡ଼ିଛି । ବରଗଡ ଜିଲ୍ଲା ପଦ୍ମପୁର ବସନା ରୋଡ଼ ସ୍ଥିତ ଗିରିଧାରୀ ଅଗ୍ରଓ୍ବାଲଙ୍କ ଗୋୟଲ ଟ୍ରେଡର୍ସ ଠାରେ ଜିଏସଟି ଫାଙ୍କି ଥିବା ସନ୍ଧେହରେ ଚଢାଉ କରାଯାଇଛି। ଜିଏସଟି ବିଭାଗର ଦୁଇଟି ଟିମ ଆଜି ସକାଳ ୧୦.୩୦ ମିଟିଟ ସମୟରେ ତାଙ୍କର ପଦ୍ମପୁର ବସନା ରାସ୍ତା କଡରେ ଥିବା ଘର ଓ ଦୋକାନରେ ଚଢ଼ାଉ
କରିଛନ୍ତ ।ଏହି ବ୍ୟବସାୟୀ ଲୁହା ଛଡ଼, ସିମେଣ୍ଟ, ପ୍ଲାଷ୍ଟିକ ପାଇପ, କଲର , ଆଜବେଷ୍ଟସ ବ୍ୟବସାୟ କରନ୍ତି ।ଜିଏସଟି ଅଧିକାରୀ ରଜନୀକାନ୍ତ ସେଠଙ୍କ କହିବା ଅନୁସାରେ ଯେଉଁ ପରିମାଣରେ ତାଙ୍କର ବ୍ୟବସାୟ ହେଉଛି ସେହି ପରିମାଣରେ ଜିଏସଟି ଦେୟ ହେଉ ନ ଥିବା ସନ୍ଧେହ ରେ ଚଢାଉ କରା ଯାଇଛି ।ଜିଏସଟି ର ଟିକି ନିକି ତନଖି ପରେ ବ୍ୟବସାୟୀ ଜଣକ ଯେଉଁ ପରିମାଣର ଜିଏସଟି ଫାଙ୍କି ଥିବେ ତାର ଆକଳନ କଲାପରେ,କେତେ ଫାଇନ କରାଯିବ ତାହା ପରେ ଜଣାପଡ଼ିବ ବୋଲି ଶ୍ରୀମାନ ସେଠ ଆମ ପ୍ରତିନିଧି ଙ୍କ ପ୍ରଶ୍ନ ଉତ୍ତର ରେ ପ୍ରକାଶ କରିଛନ୍ତି