-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ପଶ୍ଚିମ ଓଡିଶାର ବିଶିଷ୍ଠ କଣ୍ଠଶିଳ୍ପୀ ତଥା କଶୀଂ ବାଉଁଶ ର ଆଜି ଦିବା 1 ଘଣ୍ଟା ବେଳେ ସୁବର୍ଣ୍ଣପୁର ତଥା ପଶ୍ଚିମ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକ ଙ୍କ ପରଲୋକ ଘଟିଛି l ଏ ଖବର ପ୍ରସାରିତ ହେବା ପରେ ସୋନପୁର ସହର ସମେତ ସାରା ପଶ୍ଚିମ ଓଡିଶା ରେ ଶୋକର ଛାୟା ଖେଳି ଯାଇଛି l ଶ୍ରୀ ନାଏକଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ପତ୍ନୀ ଲଳିତା ନାଏକ, ପୁତ୍ର ଦିଲ୍ଲୀପ ନାଏକ,
ଅଶୋକ ନାଏକ, ଝିଅ ବୀଣା ଓ ବିଜିଲି, ଶାଳକ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଉପସ୍ଥିତ ଥିବା ବେଳେ ସମାଜସେବୀ ଗୋବିନ୍ଦ ମାହାଣା, ସଂସୃତି ଗବେଷକ ଗଦାଧର ବାରିକ, ପୁରୁଷୋତ୍ତମ ମିଶ୍ର, ସାମ୍ବାଦିକ ବାବୁଲା ରଥ, ମନୋରଞ୍ଜନ ତ୍ରିପାଠୀ,ମହାଦେବ ମଲ୍ଲିକ, ପଏଁରୀ ସଭାପତି ଲଡ଼ୁ କିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, ଙ୍କ ସମେତ ଅନେକ ସଦସ୍ୟ, ରାମଧୁନ କ୍ଲବ, ବାପୁଜୀ କ୍ଲବ,ସ୍ୱଚ୍ଛ ଭାରତ, ସମେତ ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ବହୁ ଗଣ ମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ
ଶ୍ରୀ ନାଏକଙ୍କ ଅନ୍ତିମ ଦର୍ଶନ କରିଥିଲେ l ଶ୍ରୀ ନାଏକ ଜଣେ ଶାନ୍ତ ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ସେ କଣ୍ଠଦାନ କରିଥିବା କସିଂ ବାଉଁଶ ର ପାତି, ନନି କେ ଠିକ ଚିହ୍ନିଚ୍ଛ , ଉଜଲ ମତି ରାଧା ମାଇଁ, ମନ ଦେଲା ଚାହାଲି, ପ୍ରସିଦ୍ଧ ସଂଗୀତ ସବୁ ତାଙ୍କୁ ଅଭୁଲା ଓ ଅମର କରି ରଖିବ l ସ୍ଵର୍ଗତ ନାଏକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି lସ୍ଥାନୀୟ ଶ୍ରୀ ଗୋକୋନେଶ୍ୱର ସ୍ମଶାନ ଘାଟ ରେ ସ୍ବର୍ଗୀୟ ନାଏକ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ବଡ଼ ପୁଅ ଦିଲ୍ଲୀପ ନାଏକ ଅନ୍ତିମ ସଂସ୍କାର ବେଳେ ମୁଖାଗ୍ନି ଦେଇଥିଲେ l ଆସନ୍ତାକାଲି ସାଢେ 4 ଟା ସମୟରେ ପଏରୀ ଅନୁଷ୍ଠାନ ଓ ସ୍ଵଚ୍ଛ ଭlରତ ଅନୁଷ୍ଠାନ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l