-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ବରଗଡ:- ବରଗଡ ବିଜୁ ଟାଉନ ହଲ ଠାରେ ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ 'ମୁନୁଶର୍ ଜାଏତ୍' ର ଆଜି ମୁକ୍ତିଲାଭ କରିଛି ।ଏହି ଫିଲ୍ମ ର କାହାଣୀ ର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବାବେଳେ,ସମ୍ପାଦନା ରେ ରାଜେଶ ଚୌଧୁରୀ,କ୍ୟାମେରା ମ୍ୟାନ ଭାବେ ସୁନାମଧନ୍ୟ ଫଟୋଗ୍ରାଫର ରାଜକୁମାର, ପ୍ରଚ୍ଛଦପଟ ସଂଗୀତ ରେ ଦିବ୍ୟଲୋଚନ ଦିପ୍, ଅନୁବାଦ କରିଛନ୍ତି ଉଦିତ୍ ସାହୁ,ଟାଇଟେଲ ସଙ୍ଗୀତ ଦେଇଛନ୍ତି ତୁଲାରାମ କଲେତ୍, ସଂଗୀତ ରେ ଅଜିତ ପାଣିଗ୍ରାହୀ,ଟୁକୁଲୁ ଦାଶ,ମୁଗ୍ଧା ଦାଶ । ବର୍ତ୍ତମାନ ସ୍ଥିତି ରେ କଳୁଷିତ ସମାଜ ର କୁସଂସ୍କାର, ଜାତିପ୍ରଥା କୁ ଦୂରେଇବ ସହ ପ୍ରେମ ବିବାହ ର ମାନସିକ ଯନ୍ତ୍ରଣା କୁ ଦୂରେଇବା ଲକ୍ଷ୍ୟ କୁ ଭିତ୍ତି କରି ଏହି କାହାଣୀ ରେ ଅନେକ କିଛି ତଥ୍ୟ ମର୍ମସ୍ପର୍ଶୀ ହୋଇଛି । ମୁନୁଶର୍ ଜାଏତ୍ ଟେଲିଫିଲ୍ମ ରେ ବିଭିନ୍ନ ଭୂମିକା ଅଭିନୟ କରିଛନ୍ତି:-ହିରୋ ଭୂମିକା ରେ ଆଶୁତୋଷ ମିଶ୍ର,ସୁନାଲି ନାୟକ ହିରୋଇନ୍, ପ୍ରେମ ସାଗର ଫୈାଜଦାର, ବିଶ୍ୱନାଥ ସେଠ, ବିନ୍ଦୁ ମଲ୍ଲିକ, ଲଲିତ ପୁଜାରୀ, ମନୋରଞ୍ଜନ ନାୟକ, ମନୋରଞ୍ଜନ ସୁନା,ଲିଙ୍କନ ରଥ,ସୁରଜ ସେଠ,ମମତା ଦିପ,କନକ ଡନସନା,କପିଲଦେବ ଛୁରା,ଆଦ୍ରା ବାଗ,ରେଖା କୁମ୍ଭାର, ଗିରିଜା ଶଙ୍କର ବାରିକ, ସୁବାସ ଜାଲ ବିଭିନ୍ନ ଭୂମିକାରେ ନିଖୁଣ ଭାବରେ ଅଭିନୟ ପ୍ରଦର୍ଶନ କରିଛନ୍ତି ବୋଲି ଦର୍ଶକ ମାନଙ୍କ ଠାରୁ ପ୍ରକାଶ ।ଏହି ମୁକ୍ତିଲାଭ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ, ଡାକ୍ତର ସସ୍ମିତା ଦାସ,ଲିଟୁ ମହାନ୍ତି, ତପସ୍ୱିନୀ ଗୁରୁ, ବରଗଡ଼ ଟାଉନ ଆଇଆଇସି ସଦାନନ୍ଦ ପୁଝାରୀ ଯୋଗଦାନ କରିଥିଲେ lକୋଭିଡ କଟକଣା କୁ ଦୃଷ୍ଟିରେ ରଖି ଏହି ଭବ୍ୟ କାର୍ଯ୍ୟକ୍ରମ ସମାହିତ ହୋଇଥିଲା