-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
03-Feb-2022
ବେଗୁନିଆ(ପ୍ରମୋଦ ତ୍ରିପାଠୀ) : ବେଗୁନିଆ ବଜାର ଥାନା ସମୁଖରେ ଦୀର୍ଘଦିନ ହେବ ବ୍ୟବସାୟ କରି ନୂଆସାହିରେ ରହୁଥିବା ଲକ୍ଷ୍ମୀଧର ସେନାପତି ଗତ 2 ତାରିଖ ବୁଧବାର ସକାଳେ ଦୋକାନକୁ ପ୍ରସ୍ତୁତ ହୋଇ ଯାଉଥିବା ସମୟରେ ରାସ୍ତାରେ ପଡିଯାଇଥିଲେ. ସଙ୍ଗେ ସଙ୍ଗେ ତାଙ୍କୁ ବେଗୁନିଆ ଚିକିତ୍ସାଳୟକୁ ନେଇଥିଲେ. ସେଠାରୁ ଖୋର୍ଦ୍ଧା ଓ ପରେ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ନେଇ ଯାଇଥିଲେ. ସେଠାରେ ରାତ୍ର 11 ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ପରେ ପରେ ବେଗୁନିଆ ନୁଆସାହିସ୍ଥିତ ତାଙ୍କ ବାସଭବନକୁ ଶବସତ୍କାର ପାଇଁ ଅଣାଯାଇଛି. ଖବର ପାଇ ଦୁଇ ଝିଅ ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିବାବେଳେ ଏକମାତ୍ର ପୁତ୍ର ବିଶାଖାପାଟଣା ରେ ରହୁଥିବାରୁ ତାର ଅନୁପସ୍ଥିରେ ତାଙ୍କର ଭାଇ ବନ୍ଧୁ ଆତ୍ମୀୟ ସ୍ୱଜନଙ୍କୁ ନେଇ ଗ୍ରାମ ଶ୍ମଶାନ ରେ ତାଙ୍କର ଶବ ସତ୍କାର କରାଯାଇ ଥିଲl l