-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ରେଢାଖୋଲ, ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ କଦଳିଗଡ଼ ଶିବ ମନ୍ଦିର ସମ୍ବୁଖରୁ ବନ୍ଧୁକ ମୁନରେ ଭୟ ଭିତ କରି ଜଣେ ନବ ବିବାହିତ ଦମ୍ପତ୍ତିଙ୍କ ପାଖରୁ ସୁନା ଗହଣା ଲୁଟି ନେଇଥିବା ନେଇ ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବୁଦୁଲିମୁଣ୍ଡା ଗ୍ରାମର ରବୀନ୍ଦ୍ର କୁମାର
ବେହେରା(୨୮)ଓ ପ୍ରଦୀପ ବେହେରା(୨୫)। ଏ ସଂକ୍ରାନ୍ତରେ ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେସ ନମ୍ବର ୫୯/୨୦୨୨ରେ ଦଫା ୩୯୨ ଧାରାରେ ମାମଲା ରୁଜୁ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ଅଭିଯୁକ୍ତ ପାଖରୁ ଏକ ଆପାଚି ମୋଟର ସାଇକେଲ, ସୁନା ହାର, ମୋବାଇଲ, ଟଙ୍କା ,ମାରଣାସ୍ତ୍ର ଆଦି ଜବତ କରାଯାଇଛି।ଅଭିଯୋଗରୁ ଜଣା ଯାଇଛି ଯେ ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମର ଦିଲିପ ପ୍ରଧାନ ଗତ ଜାନୁଆରୀ ୨୩ ତାରିଖରେ ରେଢାଖୋଲ ଏନଏସି ଅନ୍ତର୍ଗତ କେଲାକଟା ଗ୍ରାମର ବିଜୟିନୀଙ୍କୁ ବିବାହ କରିଛନ୍ତି। ହେଲେ ଉଭୟେ ପତି ଓ ପତ୍ନୀ ବିବାହ ପରେ ପ୍ରଥମେ ଶିବ ଦର୍ଶନ ପାଇଁ କଦଳିଗଡ଼ ଶିବ ମନ୍ଦିର ଯାଇ ଦର୍ଶନ ସାରି ଫେରି ମନ୍ଦିର ସମ୍ବୁଖରୁ ବାଇକ ଯୋଗେ ନିଜ
ଘରକୁ ବାହାରୁ ଥିବା ବେଳେ ୨ଜଣ ଯୁବକ ବାଇକ ଯୋଗେ ଆସି ନବ ବିବାହିତ ଦାମ୍ପତିଙ୍କୁ ବନ୍ଧୁକ ଦେଖାଇ ନବ ବିବାହିତ ମହିଳା ଜଣଙ୍କ ପିନ୍ଧିଥିବା ସୁନା ଗହଣା ମଧ୍ୟରୁ ମଙ୍ଗଳସୁତ୍ର ସବୁ ଜୋରଜବର ଦୋସ୍ତ ଟାଣି ନେଇ ଫେରାର ମାରି ଥିଲେ। ଏହା ପରେ ପତି ଓ ପତ୍ନୀ ଘରକୁ ଫେରି ଆସିବା ପରେ ରେଢାଖୋଲ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ଥିବା ରେଢାଖୋଲ ପୋଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେର ପ୍ରକାଶ କରି ଛନ୍ତି।