-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ବଲାଙ୍ଗିର /ପାଟଣାଗଡ(ପୂର୍ଣ୍ଣ ଶଶୀ ଶେଖର ରାଓ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ ଧଣ୍ଡାମୁଣ୍ଡା କେନ୍ଦୁ ପତ୍ର ରେଞ୍ଜର ଧଣ୍ଡାମୁଣ୍ଡା ଠାରେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ନିରଞ୍ଜନ ବିଶି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ କେନ୍ଦୁ ପତ୍ର ଶ୍ରମିକ କର୍ମଚାରୀ,ପତ୍ର ତୋଳାଳୀ,ପତ୍ର ବନ୍ଧାଳୀ,ଗୁଚ୍ଛା କଟାଳି ମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା ହୋଇଥିଲା l କେନ୍ଦୁ ପତ୍ର
ବିଭାଗ ରେ କାର୍ଯ୍ୟରତ ମୁନସୀ,ଚପରାଶି,ମେଟ,ଭର୍ତ୍ତି,ମାନଙ୍କ ଛଅ ମାସର ଦରମା ପ୍ରଦାନ ,ବନ୍ଧେଇ ରଚେଇ କାର୍ଯ୍ୟରେ ନିୟୋଜିତ ଚେକର ମାନଙ୍କୁ ବନ୍ଧେଇ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ନିଯୁକ୍ତି ସହିତ ଅତିକମରେ ଦଶ ମାସର ଦରମା ପ୍ରଦାନ,ସର୍କଲ ଚେକର ମାନଙ୍କୁ ବାର ମାସର ଦରମା ପ୍ରଦାନ ବ୍ୟବସ୍ଥା,ଗୁଚ୍ଛା କଟl,ପତ୍ର ତୋଳା,ବନ୍ଧେଇଠୁ ଆରମ୍ଭ କରି କେନ୍ଦୁପତ୍ର ମାର୍କେଟିଙ୍ଗ ପର୍ଯ୍ୟନ୍ତ ବର୍ଷ ତମାମ କାର୍ଯ୍ୟରତ ଥିବl ହେଡ଼ ଚେକର ମାନଙ୍କ ଚାକିରୀ ସ୍ଥାୟୀ କରିବା ଏବଂ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ,କେନ୍ଦୁପତ୍ର ତୋଳାଳୀ,ବନ୍ଧାଳୀ,କର୍ମଚାରୀ ଙ୍କ ବୋନସ,ପ୍ରୋତ୍ସାହନ ଭତ୍ତା ପ୍ରଦାନ, ମୃତ କେନ୍ଦୁ ପତ୍ର ତୋଳାଳୀ ବନ୍ଧାଳୀ ଶ୍ରମିକ ମାନ ଙ୍କ ଉତ୍ତରାଧିକାରୀ ଙ୍କୁ ବିମlରାଶି ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି,ଦରମା,ଭତ୍ତା ପ୍ରଦାନ, ମୃତ୍ୟୁ ବରଣ କରିଥିବା କର୍ମଚାରୀ ଙ୍କ ଉତ୍ତରାଧିକାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ,ଖାଲି ପଡ଼ିଥିବା ପଦବୀ ଗୁଡିକ ପୂରଣ କରିବା,ସିନିଓରିଟି ଭିତ୍ତିରେ ପଦୋନ୍ନତି କରିବା,ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପୁଅ ଝିଅ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ,
ତୋଳାଳୀ,ବନ୍ଧାଳୀ,ମୁନସୀ,ଚପରାଶି,ଚେକର ମାନଙ୍କ ପୁଅ ଝିଅ ମାନଙ୍କୁ ଛାତ୍ରଛାତ୍ରୀ ବୃତ୍ତି ପ୍ରଦାନ ସହିତ ବିବାହ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ,ବଜାର ଦର ବୃଦ୍ଧି ଅନୁସାରେ ମଜୁରୀ ଦରମା,ଭତ୍ତା ବୃଦ୍ଧି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯାଇଥିଲାl ସଭା ରେ ରେ ସଂଘ ର ସଭାପତି ନିରଞ୍ଜନ ବିଶି,ଉପ ସଭାପତି ରଘୁମଣି ବାଗ, ସମ୍ପାଦକ ଲଳିତ ମଲ୍ଲିକ,ଯୁଗ୍ମ ସମ୍ପାଦକ ଭୀଷ୍ମ ମଲ୍ଲିକ୍, ସଂଗଠନ ସମ୍ପାଦକ ବାଲମକୁନ୍ଦ କୂଅଁର, କୋଷାଧ୍ୟକ୍ଷ ପାଣ୍ଡବ ଭୁଏ, ଏବଂ ଯଦୁମଣି ଭୋଇ,ତ୍ରିନାଥ ସାହୁ,ରଘୁନାଥ ମଲ୍ଲିକ,ପଞ୍ଚାନନ ଧରୁଆ,ମାଣିକ ଭୁଏ,ଭୋଜରାଜ ବରିହା,ପ୍ରମୁଖ ଉପସ୍ଥିତ ଥିଲେ l ହେଡ଼ ଚେକର ଦ୍ରୋଣ ବନଛୋର ସଭା ପରିଚାଳନା କରିଥିଲେ l ଧଣ୍ଡାମୁଣ୍ଡା ରେଞ୍ଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l