-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କର୍ଲାମାଲଠାରେ ୯ମ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ମ୍ୟାଚରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଘୁନସର ଓ ବାଘଝରଣ ଦଳ ଫାଇନାଲ ମ୍ୟାଚକୁ ବିଜୟ ହାସଲ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଖପ୍ରାଖୋଲ ୩ନମ୍ବର ଜୋନର ଶ୍ରୀମତୀ ବୈଜୟନ୍ତୀ ସରାଫ ଯୋଗଦେଇଥିଲେ ।
ସମ୍ମାନିତ ଅତିଥିଭାବେ ଧ୍ରୁବ ସରାଫ ଓ ସୁଖୀରାମ ସାଣ୍ଢ ଯୋଗଦେଇଥିଲେ । ବିଶ୍ୱଜିତ ନାଗ, ବାଳ ଗୋପାଳ ବାଗ, କ୍ଷେତ୍ର ବରିହା, ରୁପା ଭୋଇ, ସୁଶାନ୍ତ, କେଦାର, ପ୍ରଦୀପ, କିରଟି, ମୁକେଶ, ବିକାଶ, ହରିଚନ୍ଦ୍ର, ମାଜୟଦେବ, ମନୋଜ ଓ ନାରା କର୍ଲାମାଳର କ୍ରିକେଟ କ୍ଲବ ମଧ୍ୟ ଉପସ୍ଥିତ ଥିଲେ । ବାଘ ଝରଣ ଦଳର ଅମର ବାଗ ଫାଇନାଲରେ ବିଜୟ ଲାଭ କରିଥିଲେ । ବାଘଝରଣ ଦଳକୁ ୯୫୫୫ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳ ଘୁନସରକୁ ୫୫୫୫ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲ ।