-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ଗଞ୍ଜାମ //ଗତ ପାଞ୍ଚ ବର୍ଷରେ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି କୁ ଲୋକ ଲୋଚନକୁ ଆଣି ଚଳିତ ପଞ୍ଚାୟତ ନିର୍ବାଚନ ରେ ଗ୍ରାମ ପଞ୍ଚାୟତ ରେ ଏକ ଦୁର୍ନୀତି ମୁକ୍ତ,ସ୍ଵଛ ପ୍ରାର୍ଥୀ ଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଲେ ପଞ୍ଚାୟତ ବାସୀ l ଗଞ୍ଜାମ ଜିଲ୍ଲା ବାଲିପଦର ନିକଟ ମା ସାଙ୍କୁଳାଇ ପୀଠ ପ୍ରାଙ୍ଗଣରେ ଆଜି ଆସିକା ବ୍ଲକ କେନ୍ଦୁପଦର ଗ୍ରାମ ପଞ୍ଚାୟତ ର ଶତାଧିକ ବାସିନ୍ଦା, ବୁଦ୍ଧିଜୀବୀ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ସରପଞ୍ଚ, ସମିତିସଭ୍ୟ ମାନେ ଏକତ୍ରିତ ହୋଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଜାଇଥିଲା l ଗ୍ରାମ ପଞ୍ଚାୟତ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ପଞ୍ଚାୟତ ର ଦୁର୍ନୀତି ଖୋର ନେତାଙ୍କୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ହଟାଇ ବିଧାୟିକା ସମର୍ଥିତ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜିତାଇ ବିଧାୟିକା ଙ୍କ ବିକାଶ ଧାରାରେ କେନ୍ଦୁପଦର ଗ୍ରାମପଞ୍ଚାୟତ କୁ ସାମିଲ କରିବା ନେଇ ଆଲୋଚନା ହୋଇଥିଲା l ଏହି ଅବସରରେ ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ଜୋନ ସଭାପତି ନଚିକେତା ସ୍ୱାଇଁ, ଆସିକା ବିଜେଡି ନେତା ଭଗବାନ ସାହୁ, ବିଜେଡି ବ୍ଲକ ସଭାପତି ଶିବ ନାହାକ ଙ୍କ ସମେତ ଆସିକା ବିଜୁ ଜନତା ଦଳର ବହୁ ଆଗଧାଡିର ନେତୃବୃନ୍ଦ, କେନ୍ଦୁପଦର ପଞ୍ଚାୟତ ର ରଞ୍ଜିତ କୁମାର ସ୍ୱାଇଁ, ସୁଜିତ ସ୍ୱାଇଁ, ଭଞ୍ଜ କିଶୋରେ ସ୍ୱାଇଁ ଙ୍କ ସହିତ ବହୁ ବୁଦ୍ଧିଜୀବୀ ଓ ସମାଜ ସେବୀ ଉପସ୍ଥିତ ରହିଥିଲେ l