-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
30-Jan-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପି ଏଚ୍ ସି ରେ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ 'ରକ୍ତଦାନ ଶିବିର' ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଶେଖର ପଧାନ, ସମ୍ମାନୀୟ ଅତିଥି କଏଁଟୁ ବିଶ୍ୱାଳ, ଲେକୃ ତ୍ରିପାଠୀ,
ଡାକ୍ତର ସୁଚିଶ୍ମିତା ମହାନ୍ତି, ପ୍ରମୋଦ ଭୁଏ ଅତିଥି ରୂପେ ଯୋଗଦାନ କରିଥିଲେ ଏଥିରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ରକ୍ତ ଅଭାବରୁ କାହାରି ଜୀବନ ନ ଯାଉ ସେଥିପାଇଁ ଯୁବ ସମାଜ ଆଗେଇ ଆସନ୍ତୁ ବୋଲି ଆହ୍ୱାନ କରିଥିଲେ ଏହି କାର୍ଯ୍ୟକ୍ରମ କୁ ସରୋଜ ବେହେରା, ଦେବେନ୍ଦ୍ର ଗଡତ୍ୟା, କେଶବ ବିଶ୍ୱାଳ, ପ୍ରକାଶ କୁମାର ପଧାନ, ପ୍ରେମ କିଶୋର ସାହୁ, ବିଜୁ ପଧାନ,ସୁଶାନ୍ତ ପଧାନ, ସହସମ୍ପାଦକ କୌସ୍ତୁଭ ସାହୁ, ବୀରେନ୍ଦ୍ର ବିଶ୍ୱାଳ,ଭୁବନେଶ୍ୱର ଭୋଇ, ଅଭିମନ୍ୟୁ ଥନାପତି, ୱେବନ ବାଗ୍ ପ୍ରମୁଖ ସହଯୋଗ କରିଥିଲେ l ଏହି ରକ୍ତଦାନ ଶିବିର
ରେ ସର୍ବମୋଟ ୨୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏଥିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ର ବ୍ଲଡ଼ବ୍ୟାଙ୍କ ଷ୍ଟାଫ ଡାକ୍ତର ଦୀପକ ରଞ୍ଜନ ସେନ, ରିପୁରାଜ ମେହେର, ଦୁର୍ଗାପ୍ରସାଦ ଆଚାର୍ଯ୍ୟ,ସୁଶୀଲ ସୁନା ତଥା ବାଦୀମୁଣ୍ଡା ପି ଏଚ୍ ସି . ର ସମସ୍ତ ମେଡିକାଲ ଷ୍ଟାଫ ସହଯୋଗ କରିଥିଲେ l ଶେଷରେ ସମ୍ପାଦକ ପୂର୍ଣ୍ଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l