-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମାଁ ଅନୁଷ୍ଠାନ ପକ୍ଷରୁ ଓ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସହଯୋଗରେ ଆୟୋଜିତ ସାତ ଦିନିଆ ନାଟ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି l ଦିନକୁ ଦିନ ନାଟ୍ୟକଳା ପ୍ରତି ଯୁବ ସମାଜଙ୍କ ରୁଚି କମି ଯାଉଥିବା ବେଳେ ଶିଶୁଙ୍କ ମନରେ ନାଟ୍ୟକଳା ଅଙ୍କୁରିତ କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ l ଏହି ସାତ ଦିନିଆ କର୍ମଶାଳାରେ ଆଖପାଖର ଗ୍ରାମାଞ୍ଚଳରୁ କୋଡିଏ ଜଣ ଶିଶୁକଳାକାର ପ୍ରଶିକ୍ଷଣ ନେଇଥିଲେ l ଗପ ପଠନ, କବିତା ଆବୃତ୍ତି, ବ୍ୟୟାମ, କରୋନା ସଚେତନତା, ନୃତ୍ୟ, ଗୀତ, ଅଭିନୟ, ସଂଗୀତ ଆଦି ବିଷୟରେ ସାଧନକର୍ମୀମାନେ ଶିକ୍ଷା ଦେଇଥିଲେ l ସାଧନକର୍ମୀ ଭାବେ ଯୋଗ ଦେଇଥିଲେ ଏନଏସଡ଼ି ନୂଆଦିଲ୍ଲୀରୁ ପ୍ରଶିକ୍ଷଣ ପ୍ରାପ୍ତ ତଥା ବର୍ଷୀୟାନ ଅଭିନେତା ଜଗନ୍ନାଥ ସେଠ,ଲୋକ ସଙ୍ଗୀତଜ୍ଞ ଗୁରୁ ଲାଦୁ ମହାନନ୍ଦ, ନାଟ୍ୟକାର ରାଜକୁମାର ସାହୁ ଓ ପ୍ରଦର୍ଶନ କଳା ଛାତ୍ର ଘନଶ୍ୟାମ ସାହୁ l ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଞ୍ଚକଳାକାର ନେହେରୁ ମେହେର, ଗାୟକ କାର୍ତ୍ତିକ ମହାନନ୍ଦ ଯୋଗଦେଇ ଉଦବୋଧନ ଦେଇଥିଲେ l ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟାଙ୍କ ଉପସ୍ଥିତରେ କୁନିକୁନି ପ୍ରଶିକ୍ଷାର୍ଥୀଙ୍କୁ ପୁରସ୍କାର ପ୍ରଦାନ ଓ ସାଧନ କର୍ମୀଙ୍କୁ ସମର୍ଦ୍ଧନା କରାଯାଇଥିଲା l କଳା ଓ ସଂସ୍କୃତିକୁ ଉଜ୍ଜୀବିତ ତଥା ସଂରକ୍ଷଣ ପାଇଁ ଆଗଧାଡିରେ ଥିବା ସଚେତନ ହେମାଁ ଅନୁଷ୍ଠାନର ଏହିପରି ଅଭିନବ ଶିକ୍ଷଣୀୟ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ଛୁଅ ଛୁଟିଛି ବେଳେ ଭବିଷ୍ୟତ କଳାକାର ଓ ନାଟକକୁ ବଞ୍ଚାଇବା ପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆ ଯିବ ବୋଲି ନାଟ୍ୟକାର ରାଜକୁମାର ସାହୁଙ୍କଠାରୁ ପ୍ରକାଶ l