-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
29-Jan-2022
ଗଞ୍ଜାମ : ସରକାରଙ୍କ ଯୋଜନା ପାଲଟିଛି ସାତସପନ ପ୍ରହସନ ପାଲଟିଛି ଯୋଜନା l ବୟସ ୭୦ ପରେ ବି ମିଳୁନି ବାର୍ଦ୍ଧକ୍ୟ ଭତା l ଜଣେ କି ଦୁଇଜଣ ନୁହଁ ଗ୍ରାମର ଶତାଧିକ ଲୋକ ଏହି ଭଳି ସରକାର ଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି l ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଞ୍ଚାୟତର ରିସିପୁର ଗ୍ରାମରୁ l ଗ୍ରାମରେ ପାଖାପାଖି ୬୦ ରୁ ଉର୍ଦ୍ଧ ବ୍ୟକ୍ତି ବାର୍ଦ୍ଧକ୍ୟ ଭତା ପାଇବାକୁ ଯୋଗ୍ୟ l ତଥାପି ଦୀର୍ଘଦିନ ଧରି ଗ୍ରାମର ବୃଦ୍ଧ ବୃଦ୍ଧା ସରକାର ଙ୍କ ନିୟମ ମୁତାବକ ସମସ୍ତ କାଗଜ ପତ୍ର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ରେ ଦାଖଲ କରି ବାରମ୍ବାର ଦୌଡିଲେ ମଧ୍ୟ ରାଜନୈତିକ ଆକ୍ରୋଶ ରଖି ଜାଣିଶୁଣି ଯୋଜନା ରେ ସାମିଲ କରାଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ସେପଟେ ପଞ୍ଚାୟତ ରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରୁ ବଞ୍ଚିତ ରଖାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଉ ଥିବା ଅଭିଯୋଗ ହେଉଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି l