-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
28-Jan-2022
ସୁବର୍ଣ୍ଣପୁୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜାନୁଆରୀ ୨୫ ତାରିଖ ରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଦିନ ୧୧ ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଗଣତନ୍ତ୍ର ଉପରେ ପୂର୍ଣ୍ଣ ଆସ୍ଥା ରଖି ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ଏବଂ ଜାତି ଧର୍ମ ବର୍ଣ୍ଣ ଭାଷା ର ବିଭେଦ ନ ରଖି ମୁକ୍ତ ଅବାଧ ଓ ଶାନ୍ତି ପୂର୍ଣ୍ଣ ନିରପେକ୍ଷ ନିର୍ବାଚନ ରେ ଭାଗ ନେବାକୁ ଶପଥ ପାଠ କରାଇଥିଲେ I ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍, ସୋନପୁର ତହସିଲଦାର ନବୀନ କିଶୋର ପାଢି ଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ I
ଏହାପରେ ମଧ୍ୟାହ୍ନ ୧୨ ଟାରେ ଏନ୍ଆଇ ସି ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡ଼ିଆ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ଏକ ଆଭାସୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାରେ ନୂତନ ମତଦାତା ଙ୍କୁ ସାମିଲ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା କାନପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମନୋଜ ବାଦି ,ଲୁତୁରପଙ୍କ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଗୌର ଚରଣ ସେଠୀ, ଅମୂର୍ଡl ଅଙ୍ଗନବାଡି କର୍ମୀ ଆଶା ଦାଶ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା l ଏଥିରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ର ହେଡ୍ କ୍ଲର୍କ ଜୟଦ୍ରଥ ଜଗଦଲା , ପଦ୍ମଲୋଚନ ଧାରୁଆ ଏବଂ ଅନ୍ୟାନ୍ୟ ଅଧିକାରୀ ସହଯୋଗ କରିଥିଲେ l