-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ବୌଦ୍ଧ,(ପ୍ରେରଣା ଖବର) : ଦିର୍ଘଦିନର ପ୍ରତୀକ୍ଷା ପରେ ବୌଦ୍ଧ ତହସିଲ ର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଯୋଗାଇଦେଉଥିବା ତହସିଲ କାର୍ଯ୍ୟାଳୟରେ ସ୍ଥାନାଭାବ ଦେଖାଯିବା ସହିତ ବିକ୍ଷିପ୍ତ ଭାବରେ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଫଳରେ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ହଇରାଣ ହେବାକୁ ପଡୁଅଛି । ଗୋଟିଏ ପଟେ ବର୍ତମାନର ତହସିଲ କାର୍ଯ୍ୟାଳୟ ଜିଲା ସଂଗ୍ରହାଳୟ ନିକଟରେ କାର୍ଯ୍ୟ କରୁଥିବାବେଳେ ସଂଗ୍ରହାଳୟ ସଂପ୍ରସାରଣ ପାଇଁ ମଧ୍ୟ ଅଧିକ ସ୍ଥାନର ଆବଶ୍ୟକତା ରହିଥିଲା । ତେଣୁ ନୂତନ ସ୍ଥାନକୁ
ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଗଲେ ସଂଗ୍ରହାଳୟ ପରିସରକୁ ମଧ୍ୟ ନୂତନ ରୂପ ଦିଆଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ତେଣୁ ଯୁବ ଓ ଦକ୍ଷ ତହସିଲଦାର ଅବିନାଶ ପାଣ୍ଡିଆ ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ତହସିଲ କାର୍ଯ୍ୟାଳୟ ପାଇଁ ମାଉସୀ ମା ମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ ନୂତନ କାର୍ଯ୍ୟାଳୟକୁ ନେଇ କର୍ମଚାରୀ ମହଲରେ ମଧ୍ୟ ଉତ୍ସାହ ଦେଖାଯାଇଛି ।