-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଓଡିଶା ସାମ୍ବାଦିକ ସଂଘ( ଓ ଜେ ୟୁ ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ଆଜି ପୂର୍ବାହ୍ନ ସାଢେ ୧୧ ଟା ସମୟରେ ସ୍ଥାନୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ସମ୍ମିଳନୀ ଗୃହ ଠାରେ ଏକ ସମ୍ବର୍ଦ୍ଧନା ସଭା କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି l ସଭା ପ୍ରାରମ୍ଭରେ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜଳନ ସହ ଓଡିଶା ସାମ୍ବାଦିକ ସଂଘ ର ପ୍ରତିଷ୍ଠାତା ତଥା
ପ୍ରାକ୍ତନ ସଭାପତି ସ୍ବର୍ଗତ ପ୍ରଭାତ ଦାସଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା l ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ସଂଘ ର ଉପଦେଷ୍ଟା ଦିଲ୍ଲୀପ ପାତ୍ର ସ୍ୱ।ଗତ ଭାଷଣ ପ୍ରଦାନ କରି କରିଥିଲେ l ସୁବର୍ଣ୍ଣପୁର ଏସ-ପି ସୀତାରାମ ଶତପଥି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟ ଉପ ସଭାପତି ଶୁଶାନ୍ତ କୁମାର ମହାପାତ୍ର, ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ମେଜର ସଞ୍ଜୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗ ର ପ୍ରତିଭା ସମ୍ମାନ, ବୟୋଜ୍ୟାଷ୍ଠ ଓ ସାମ୍ବାଦିକ ଙ୍କ ବିଧବା ପତ୍ନୀ ଙ୍କୁ ଆଜୀବନ ପେନସନ ପ୍ରଦାନ ଭଳି ସଂଘ ର ଏହି ମହତ କାର୍ଯ୍ୟ ସବୁ କୁ କୁ ଭୁୟସୀ ପ୍ରଶଂସା କରିଥିଲେ l ଗଣ ମାଧ୍ୟମ କେବଳ ଖବର ପାଈଁ ନୁହେଁ ସାମାଜିକ କାର୍ଯ୍ୟ ସହ ଏକ ସୁସ୍ଥ ସମାଜ ଗଠନ ଓ ମାର୍ଗ ଦର୍ଶନ ଦେବାରେ ରେ ଖୁବ ଗୁରୁତ୍ୱପୂର୍ଣ ଭୂମିକା ନିଭାଇଥାଏ l ଏବଂ ଏ ସମସ୍ତ କାର୍ଯ୍ୟ ରେ ସହଯୋଗ ର ହାତ ବଢ଼ାଇଥିବା ସୁବର୍ଣ୍ଣପୁର ର ବଦାନ୍ୟ ବ୍ୟକ୍ତି, ସମାଜସେବୀ ଙ୍କୁ ଅତିଥି ମାନେ ଊଚ୍ଚ ପ୍ରଶଂସା କରିଥିଲେ l ଏହି ଅବସରରେ ସୁବର୍ଣ୍ଣପୁର ର ସ୍ୱଚ୍ଛ ଭାରତ ସଭାପତି ତଥା ବିଶିଷ୍ଟ ସମାଜ ସେଵୀ ଲକ୍ଷ୍ମୀ ନାରାୟଣ ମେହେର ଓ ବହୁ ପରିଚିତ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର କୋଭିଡ ଯୋଦ୍ଧା ପ୍ରମୋଦ କୁମାର ସାହୁ, ଆନ୍ତର୍ଜାତୀୟ ତାଏକାଣ୍ଡୋ ଖେଳାଳୀ ଏହେଶାସ ହୋତା,୨୦୨୧ ମାଟ୍ରିକ ଟପ୍ପର ରିଷିକେଶ ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟ ସଂଘର ନୂତନ ସଭାପତି ଶଶିଭୂଷଣ ପ୍ରହରାଜ, ଉପ ସଭାପତି ସୁଶାନ୍ତ ମହାପାତ୍ର, ରାଜ୍ୟ ନୂତନ ସମ୍ପାଦକ ରାଜ କିଶୋର ତ୍ରିପାଠୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳକମଲ ମିଶ୍ରଙ୍କୁ ମୁଖ୍ୟ ଅତିଥି ଏସ ପି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସମାଜସେବୀ ଲକ୍ଷ୍ମୀ ନାରାୟଣ ମେହେର ଓ ଶ୍ରୀବତ୍ସ ମଲ୍ଲିକଙ୍କ ସହାୟତାରେ ସୁବର୍ଣ୍ଣପୁର ର ବରିଷ୍ଠ ଓ ଦୁଃସ୍ଥ ସାମ୍ବାଦିକ ବିନୟ ରଂଜନ ପ୍ରଧାନ ଓ ସାମ୍ବାଦିକ ସ୍ବର୍ଗତ ଗୋପାଳ ମିଶ୍ରଙ୍କ ପତ୍ନୀ ପବିତ୍ରୀ ମିଶ୍ର ଙ୍କୁ ଆଜିର ଏହି ଉତ୍ସବ ରେ ୫୦୦୦ ଟଙ୍କା ଲେଖାଏଁ
ଦୀର୍ଘ ବର୍ଷ ରୁ ଦିଆ ଯାଉଥିବା ଆଜୀବନ ପେନସନ ପ୍ରଦାନ କରାଯାଇଥିଲା l ସ୍ୱଚ୍ଛ ଭାରତ, ରକ୍ତଦାତା ସଂଗଠନ,କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ, ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଙ୍କ ସମେତ ସହର ବହୁ ବୁଦ୍ଧିଜୀବୀ ଏଠାରେ ଯୋଗ ଦେଇଥିଲେ l ପରେ ସଂଘ ର ଜିଲ୍ଲା ସମ୍ପାଦକ ମହାଦେବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l