-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ଟିଟିଲାଗଡ଼(ସନ୍ତୋଷ କୁମାର ଠାକୁର) / ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଝାର ଦେଓବନ୍ଧ ଶୈବପୀଠ ନିକଟ ରୁ କିଛି ଦୂର ରେ ଦୁଇ ଜଣ ବାଇକ ଅରୋହି ଆସୁଥିବା ବେଳେ ଉକ୍ତ ଜଙ୍ଗଲ ରାସ୍ତା ର ଏକ ଗୋଲେଇ ସ୍ଥାନରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ l ଗୁରୁତର ଅବସ୍ଥାରେ ଗୁରୁତର ଦୁଇ ଜଣଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା କ୍ରମେ
ଏକ ବିବାହ ଉସବକୁ ଯାଇ ଏମାନେ ଦୁର୍ଘଟଣା ଗ୍ରସ୍ତ ହୋଇ ସେଠାରେ ଗୁରୁତର ଅବସ୍ଥାରେ ପଡିରହି ଥିବା ସୂଚନା ପାଇ ଟିଟିଲାଗଡ଼ ପୋଲିସ ଥାନା ମହିଳା ଓ ଶିଶୁ ଡେସ୍କ ଅଧିକାରୀ ମୋହିନୀ ମଲ୍ଲିକ ଘଟଣାସ୍ଥଳ ରେ ପହଂଚି ଥିଲେ l ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଅଧିକ ଗୁରୁତର ଅବସ୍ଥାରେ ଥିବା ବେଳେ ଉଭୟ ଚିକିତ୍ସିତ ହେଉଥିବା ଜଣାଯାଇଛି । ତେବେ ଦୁର୍ଘଟଣା ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି ।