-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ବରଗଡ:- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଥିବା ଅଙ୍କ କଷା ରେ ଏକ ପ୍ରକାରର ଜବନିକା ପଡିଲା । ଏଭଳି ସ୍ଥିତିରେ ସୋମବାର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଜିଲ୍ଲା ପରିଷଦ ଜୋନ-୨ରୁ ଦଳୀୟ ପ୍ରାର୍ଥିନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଉଭୟ ଭାଜପା, କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି । ଅନ୍ୟପକ୍ଷେ ସରକାରୀ ସୂତ୍ର ଅନୁସାରେ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥିନୀ ଏ ଆସନରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଜଳ ଜଳ ଭାବେ ଦେଖାଦେଲାଣି ।
ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ ଅନୁସୂଚିତ ଜନଜାତି(ଏସ୍ଟି) ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଆସନ ପାଇଁ ଭାଜପାରୁ ବିନୋଦିନୀ ରାୟ, କଂଗ୍ରେସରୁ ପଦ୍ମିନୀ ଭୁଏ ଏବଂ ବିଜେଡ଼ିରୁ କଳ୍ପନା ପଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସବୁ ପ୍ରାର୍ଥିପତ୍ର କାଏମ ରହିଥିଲା । ହେଲେ ସୋମବାର ଭାଜପା ପ୍ରାର୍ଥିନୀ ରାୟ ଏବଂ କଂଗ୍ରେସ ପ୍ରାର୍ଥିନୀ ଭୁଏ ନିଜ ପ୍ରାର୍ଥିପତ୍ର ପ୍ରାତ୍ୟାହାର କରି ନେଇଛନ୍ତି l ଫଳତଃ ବିଜେଡ଼ି ପ୍ରାର୍ଥିନୀ ପଧାନ ବର୍ତ୍ତମାନ ଏକାକି ମଇଦାନ ରେ ଅବତିର୍ଣ୍ଣ ହୋଇଛନ୍ତି lବିଜୁ ଜନତା ଦଳ ର ଅମ୍ବାଭୋନା ରୁ ଜୟଯାତ୍ରା ଆରମ୍ଭ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l