-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ସରକାରୀ ଜାଗାକୁ ନେଇ ବିବାଦ ମୁଣ୍ଡ ଟେକିଲା । ଯାହାକୁ ନେଇ ନିଜ ଗୁହାଳ ଘରେ ନିଜେ ନିଆଁ ଲଗାଇଲେ ସରକାରୀ ଜାଗା ଜବରଦଖଲ କରିଥିବା ବାରପୁରିକିଆ ଗାଁର ସନାତନ ଘଡେଇ । ନିଆଁ ଲଗାଇଲେ ଏବଂ ଦୋଷ ଅନ୍ୟ ମୁଣ୍ଡରେ ବୋଳିବା ପାଇଁ ଅନ୍ୟ ନାମରେ ଥାନାରେ ଯାଇ ଅଭିଯୋଗ କରିଛନ୍ତି ସନାତନ ଘଡେଇଙ୍କ ସ୍ତ୍ରୀ ମିନା ଘଡେଇ । ସୂଚନାକ୍ରମେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଦୁର୍ଗାବଜାର ନିକଟରେ ଥିବା ବାରପୁରିକିଆ ଗାଁରେ ସନତାନ ଘଡେଇଙ୍କ ପରିବାର ଓ ପ୍ରମୋଦ ସାହୁଙ୍କ ପରିବାର କିଛି ସରକାରୀ ଜାଗା ଜବରଦଖଲ କରି ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ସରକାରୀ ଜାଗାକୁ ନେଇ ବିବାଦ ଲାଗିରହିଛି । ତେବେ ରବିବାର ଦିନ ସନାତନ ଘଡେଇ ସରକାରୀ ଜାଗାରେ କରିଥିବା ଗୁହାଳ ଘରେ ନିଜେ ନିଆଁ ଲଗାଇଥିଲେ ଏବଂ ନିଅାଁ ଲଗାଇବା ଦୋଷ ଅନ୍ୟ ମୁଣ୍ଡରେ ଢାଳିବା ପାଇଁ ସ୍ତ୍ରୀକୁ ବତାଇ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଦଶପଲ୍ଲା ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କେସ୍ ନଂ-୨୧/୨୦୨୨ରେ ମାମଲା ରୁଜୁକରିଥିଲେ । ସେପଟେ ନିଜେ ନିଆଁ ଲଗାଇ ମିଥ୍ୟା ମାମଲା କରିଥିବାରୁ ପ୍ରମୋଦ ସାହୁ ମଧ୍ୟ ସନାତନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତିକରି କେସ୍ ନଂ-୨୨/୨୦୨୨ରେ ମାମଲା ରୁଜରୁକରି ଦଶପଲ୍ଲା ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରୀଡାଙ୍କ ହାବୁଡରେ ଏକ ଭିଡିଓ ହସ୍ତଗତ ହୋଇଥିଲା । ଯେଉଁଥିରେ କି ସନତାନ ନିଜ ଗୁହାଳ ଘରେ ନିଜେ ନିଆଁ ଲଗାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପୁଲିସ୍ ତଦନ୍ତ କରି ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖିଥିବା ନେଇ ଦଶପଲ୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।