-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ନୟାଗଡ (ପ୍ରଦୀପ କୁମାର ପଣ୍ଡା): ଆଜି ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ ହୋଇଯାଇଛି । ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମଚାରୀ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ସଡିପିଓ ତଥା ବାଲ୍ୟ ବିବାହ ନିରୋଧ ଅଧିକାରୀ, ସୁପରଭାଇଜର ଏବଂ ଜିଲ୍ଲାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ ଜିଲ୍ଲାରେ କିଶୋରୀ ବାଳିକା ମାନଙ୍କର ପଞ୍ଜିକରଣ ନିମନ୍ତେ ଏକ ରେଜୀଷ୍ଟର “ଅଲିଭା” ଉନ୍ମୋଚନ କରିଥିଲେ । ଏହି ରେଜୀଷ୍ଟର ବାଲ୍ୟ ବିବାହ ପ୍ରତିରୋଧ ରେ ସହାୟକ ହେବା ସହିତ ସେମାନଙ୍କ ପୁଷ୍ଟି ନିରୀକ୍ଷଣ ରେ ଉପଯୋଗି ହେବା ପାଇଁ ଲକ୍ଷ ରଖାଯାଇଅଛି । ନୟାଗଡ଼ ଜିଲ୍ଲା ରେ ପଞ୍ଜିକୃତ ହୋଇଥିବା ୪୫୦୦୦ କିଶୋରୀ ବାଳିକା ମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ସିଡିପିଓ ଓ ସୁପରଭାଇଜର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିଦ୍ଧାର୍ଥ କଟାରିଆ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନୟାଗଡ଼ ଜିଲ୍ଲାପାଳ ଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବା ରେଜିଷ୍ଟରଟିକୁ ଭୁୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ଏହା ବାଲ୍ୟବିବାହ କେସ ର ତଦାରଖ ସମୟ ରେ ସହାୟକ ହେବ ବୋଲି ମତାମତ ଦେଇଥିଲେ ।