-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବୁରୁଝରୀ ଠାରେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କଲେ ଚାଷୀ l ଚାଷୀ ଙ୍କ ଠାରୁ ସରକାର ଠିକା ସମୟରେ ଉଚିତ ପରିମାଣର ଧାନ ଉଠାଉନଥିବା ରୁ ଚାଷୀ ଆଜି ଏହି ଭଳି ପ୍ରତିବାଦ କରିଛନ୍ତି l ଏହି ସମସ୍ୟା ନେଇ ବହୁବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଶତାଧିକ ଚାଷୀ ନିଜ ଉତ୍ପାଦିତ ଧାନକୁ ରାଜରାସ୍ତାରେ ରଖି ପ୍ରତିବାଦ କରିଛନ୍ତି l ଫଳରେ ବେଗୁନିଆପଡା ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ସକାଳ 4 ଟାରୁ ଚାଷୀ ରାଜରାସ୍ତାରେ ବସିଥିବା ବେଳେ କୌଣସି ପ୍ରଶାସନ ଅଧିକାରୀ ମାନେ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି l