-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ଗଞ୍ଜାମ //-ଆସିକା ଲାଏନ୍ସ କ୍ଳବ ପରିସରରେ ଜିଲ୍ଲା ଖବର ପାଳନ କଲା ଚତୁର୍ଥ ବାର୍ଷିକ ଉତ୍ସବ। ସାମ୍ବାଦିକତା ଓ ରାଜନୀତି ଭଳି ସାମ୍ପ୍ରତିକ ସମୟର ବିଷୟ ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ,ସମୀର ଆଚାର୍ଯ୍ୟ,ଏସ୍.ଏମ.ଆଇ.ଟି ଅଧକ୍ଷ ହରିସ୍ ବେହେରା, ପ୍ରଶାନ୍ତ ଭଟ୍ଟ,ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସାମ୍ପ୍ରତିକ ସମୟରେ ରାଜନୀତି ଓ ସାମ୍ବାଦିକ ମଧ୍ୟରେ ଲାଗିଥିବା ସ୍ଥିତି ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ଉପସ୍ଥାପକ ବଳରାମ ମହାରଣା ସଂଯୋଜନା କରିଥିଲେ। ବରିଷ୍ଠ ସାମ୍ବାଦିକ ଅନିଲ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଖବରକୁ ଚାରିବର୍ଷ ପୂରଣ ହୋଇଥିବା ନେଇ ଖୁସିବ୍ୟକ୍ତ କରିଥିଲେ ଚାନେଲ ପ୍ରତିଷ୍ଠାତା କ୍ଷୀରୋଦ କୁମାର ବେହେରା। ପରିଚାଳନା ନିର୍ଦ୍ଦେଶିକ ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ଖୁବଶୀଘ୍ର ଖବର ପରିବେଷଣ କରିବା ଦିଗରେ ଆଗରେ ଥିବା ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି ମାନେ। ସମାଜ ସେବୀ ବ୍ରହ୍ମାନନ୍ଦ ଅଚାରୀ ସୁନ୍ଦର ବାର୍ତ୍ତା ମାଧ୍ୟମରେ ଜିଲ୍ଲା ଖବର ଅନୁଷ୍ଠାନକୁ ସ୍ମୃତି ଫଳକ ଦେଇ ସମ୍ମାନିତ କରିଥିଲେ। କମଳେନ୍ଦୁ ହୋତା,ପୀତବାସ ଦାଶ,ଜଗନ୍ନାଥ ସାହୁ,ରତ୍ନାକର ଶିୟ ,ବାଲ୍ମିକୀ ବିଶୋଇ, ପ୍ରଶାନ୍ତ କୁମାର ମୁନି, ନୀଳାଞ୍ଚଳ ଗୌଡ଼, ବାଲ୍ମୀକି ବିଶୋଇ, ଲିନା ଭଉଣୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।