-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
20-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକରେ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ଆଜି ଚତୁର୍ଥ ଦିବସରେ ୨୫ ଜଣ ସରପଂଚ, ୨୫ ଜଣ ସମିତିସଭ୍ୟ ଏବଂ ୧୦୮ ଜଣ ୱାର୍ଡସଭ୍ୟ ନାମଙ୍କନ ଦାଖଲ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବିଶିପଡା ପଂଚାୟତରେ ପାଂଚ ଜଣ ସରପଂଚ ଓ ବାର ଜଣ ୱାର୍ଡସଭ୍ୟ, ଚଢେଇପଙ୍କରେ ଦୁଇ ଜଣ ସରପଂଚ ଓ ତେର ଜଣ ୱାର୍ଡସଭ୍ୟ, ଜଉରାଭଉରାରେ ଚାରିଜଣ ସରପଂଚ ଓ ତିନି ଜଣ ୱାର୍ଡସଭ୍ୟ, କାଦୋଦରରେ ଜଣେ ସରପଂଚ ଓ ପାଂଚ ଜଣ ସରପଂଚ, କୋଟସମଲାଇରେ ଜଣେ ସରପଂଚ ଓ ଦୁଇଜଣ ୱାର୍ଡସଭ୍ୟ, ମହଦାରେ ଜଣେ ସରପଂଚ ଓ ସାତଜଣ ୱାର୍ଡସଭ୍ୟ, ମୁଣ୍ଡୋଘାଟରେ ଜଣେ ସରପଂଚ ଓ ଛଅ ଜଣ ୱାର୍ଡସଭ୍ୟ, ନିମନାରେ ଜଣେ ସରପଂଚ ଓ ପାଂଚ ଜଣ ୱାର୍ଡସଭ୍ୟ, ପଂଚମହଲାରେ ଛଅଜଣ ସରପଂଚ ଓ ପାଂଚଜଣ ୱାର୍ଡସଭ୍ୟ, ସିଣ୍ଢୋଲରେ ଦୁଇଜଣ ସରପଂଚ ଓ ଦୁଇଜଣ ୱାର୍ଡସଭ୍ୟ ଏବଂ ଉଲୁଣ୍ଡାରେ ଜଣେ ସରପଂଚ ଓ ଚଉଦ ଜଣ ୱାର୍ଡସଭ୍ୟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ସେହିପରୀ ଏସପତ୍ରାପାଲିରେ ଦୁଇଜଣ ୱାର୍ଡସଭ୍ୟ, ରକ୍ସାରେ ଛଅଜଣ ୱାର୍ଡସଭ୍ୟ, ଲସ୍ତଲାରେ ଜଣେ ୱାର୍ଡସଭ୍ୟ, କ୍ଷେମାଲୋଏରେ ଛଅଜଣ ୱାର୍ଡସଭ୍ୟ, କଲାପଥରରେ ଆଠଜଣ ୱାର୍ଡସଭ୍ୟ ଏବଂ ଜାଲୋଏ ପଂଚାୟତରେ ଏଗାର ଜଣ ୱାର୍ଡସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟରେ ୨୫ ଜଣ ସମିତିସଭ୍ୟ ନାମଙ୍କନ ଦାଖଲ କରିଥିବା ଜଣାପଡିଛି ।