-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଳର ବୁଧବାର ତୃତୀୟ ଦିବସରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ସର୍ବମୋଟ ୭୧ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି । ୱାର୍ଡମେମ୍ବର ପଦବୀ ପାଇଁ ଆଜି ୭୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କିଣିଥିବା ବେଳେ ସେ ମଧ୍ୟରୁ ୫୮ ଜଣ,ନାମାଙ୍କନ ପତ୍ରଦାଖଲ କରିଛନ୍ତି l ସେହିପରି ସମିତିସଭ୍ୟ ପାଇଁ ୧୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ସରପଞ୍ଚ ପଦବୀ ପାଇଁ ୧୩ ଜଣ ନାମାଙ୍କନ ପତ୍ର ନେଇ ବ୍ଲକ ର ବିଭିନ୍ନ ପଂଚାୟତ ରେ ୧୦ ଜଣ ପ୍ରାଥି ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଲକ ସୂତ୍ରରୁ ପ୍ରକାଶ । ତେବେ ବ୍ଲକ ରେ ଥିବା ଦୁଇଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଖ ଜୋନ୍ ରେ କଂଗେସ ପ୍ରାଥି ସୁରେଶ ଚୌଧୁରୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି।