-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ଟିଟିଲାଗଡ଼(ସନ୍ତୋଷ କୁମାର ନାଏକ) :ଦୀର୍ଘ ଦିନ ଧରି ସରକାରୀ ନିୟମ ଅନୁଯାୟୀ ନିଜେ ନିଜ ଦାଇତ୍ଵ ସମ୍ପାଦନା କରି ଅସୁଥିବା ବେଳେ ସରକାରୀ ଭାବେ ପୂର୍ବରୁ ଧାର୍ଯ୍ୟ ମୂଲ୍ୟରେ ସମସ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଚାଲୁଅଛି । ବର୍ତ୍ତମାନର ଦରବୃଦ୍ଧି ଯୋଗୁଁ ପୂର୍ଵ ସରକାରୀ ଧାର୍ଯ୍ୟ ମୂଲ୍ୟ ବୃଦ୍ଧି ନ ହେବାରୁ ନିଜ ଦରମା ଟଙ୍କା ରୁ ସମସ୍ତ ଖାଦ୍ୟପେୟ ଯୋଗାଇ ଦେଇ ଆସୁଥିବା ସହ ବାରମ୍ବାର ଆବେଦନ, ନିବେଦନ କରି କିଛି ସୁଫଳ ନ ମିଳି ଥିବା ଅଭିଯୋଗ କରିଛନ୍ତି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଳକ୍ର ଅନ୍ତର୍ଗତ ସିଡିପିଓ ଙ୍କ ଅଧୀନରେ ଥିବା ସହାୟିକା କର୍ମୀ । ବିଶେଷ ଦ୍ରଷ୍ଟାବ୍ୟ ଯେ ସରକାର ଅପପୁଷ୍ଟି ର ଶିକାର ନ ହେବା ନିମନ୍ତେ ସ୍ୱତନ୍ତ୍ର ଭାବେ ଏହି ଯୋଗାଣ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି । ସରକାରୀ ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ସହ ଏହି ଅପପୁଷ୍ଟି ର ଶିକାର ସମସ୍ୟାର ବେଶ ସୁଫଳ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଦୃତ ହୋଇପାରିଛି । ଟିଟିଲାଗଡ଼ ସବଡିଭିଜନ ସ୍ତରରେ ଏହି ସିଡିପିଓ ଙ୍କ ଅଧିନ ରେ ବହୁ ସଂଖ୍ୟକ କର୍ମୀ ଥିବା ବେଳେ ବର୍ତ୍ତମାନ ଦର ଅନୁସାରେ ପୁନଃ ମୂଲ୍ୟ ପରିବର୍ତ୍ତନ କରିବା ଦାବି କରି ଥିବା ଓ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ଚେତାବନୀ ଦିଆଯାଇଛି । ସେହିପରି ଏହି କର୍ମୀଙ୍କୁ ଦୁଇ ତିନି ମାସରେ ଥରେ ଦରମା ଦେବା ପୂର୍ବରୁ ଗୋଟିଏ ଅଣ୍ଡାର ମୂଲ୍ୟ ପାଞ୍ଚ ଟଙ୍କା ଲେଖାଏଁ ଥିବା ଓ ଏବେ ସାତ ଟଙ୍କା ପଚାଶ ପଇସା ବୃଦ୍ଧି ରେ କିଣିବା ପରି ଅନ୍ୟ ଡାଲି ତଥା ଅନ୍ୟ ବିଭିନ୍ନ ଖାଦ୍ୟ ସାମଗ୍ରୀ ର ମୂଲ୍ୟ ବୃଦ୍ଧି ଯୋଗୁଁ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଆବେଦନ, ନିବେଦନ କରିବା ସତ୍ୱେ ଉଚ୍ଚ ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ସୁଦ୍ଧା ନିରବଦ୍ରଷ୍ଟା ସାଜିଥିବା ଅଭିଯୋୋ କରିଛନ୍ତି । ମଙ୍ଗଳବାର ଟିଟିଲାଗଡ଼ ସି,ଡି,ପି,ଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ପ୍ରତିବାଦ କରି ଦିନ ସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଭାଗୀୟ ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧାରଣାରୁ ଓହରି ଥିଲେ । ଏ ନେଇ ବିଭାଗୀୟ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।