-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ) ନିର୍ବାଚନ ପରେ ନିର୍ବାଚନ ଆସୁଛି ।ଇତି ମଧ୍ୟରେ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ବ ହେଲାଣି ତଥାପି ବି ବିନିକା ଅଞ୍ଚଳର ପ୍ରମୁଖ ୩ଟି ସ୍ଥାନରେ ନିର୍ମାଣ ହୋଇଥିବା ଵିଏସ୍ଏନ୍ଏଲ୍ ଟାୱାର ଏୟାବତ କାର୍ଯ୍ୟକ୍ଷମ ହୋଇ ନଥିବାରୁ ବିଏସ୍ଏନ୍ଏଲ୍ ଟେଲି ସେବାରୁ ବଞ୍ଚିତ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ଗ୍ରାମାଞ୍ଚଳ ଲୋକେ । ପ୍ରକାଶ ଥାଉକି ବିଗତ ୧୫ବର୍ଷ ପୂର୍ବରୁ ବିନିକା ବ୍ଲକ ଅଞ୍ଚଳର ସିଆଲି,ବାଉଁଶୁଣି ଓ ସିଲାଟିରେ ବିଏସ୍ଏନ୍ଏଲ୍ ଟାୱାର ସ୍ଥାପିତ ହୋଇଛି ।ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣଧିନ ଏହି ଟାୱାର ଅଦ୍ୟାବଧି କାର୍ଯ୍ୟକ୍ଷମ ହେଉନଥିବାରୁ ଦିନକୁ ଦିନ ତାହା ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହେବାକୁ ବସିଲାଣି ।ଅନ୍ୟ କମ୍ପାନୀର ଟାୱାର ଥିଲେ ମଧ୍ୟ ଘର ଭିତରେ ସଠିକ ସେବା ଉପଲବ୍ଧ ହେଉନଥିବାରୁ ଗ୍ରାହକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ବିଏସ୍ଏନ୍ଏଲ୍ ବ୍ୟବହାର କରୁଥିବା ଉପଭୋକ୍ତା ମାନେ ଏହି ସେବା ପାଇଁ ଘର ଛାତ କିମ୍ବା ଖୋଲା ସ୍ଥାନକୁ ଯାଇ ଫୋନ କରୁଥିବା ଦେଖିବାକୁ ମିଳୁଛି ।ବର୍ତ୍ତମାନର ଡିଜିଟାଲ ଦୁନିଆରେ ସବୁକିଛି ସୁବିଧା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ସମ୍ପ୍ରତି ବିନିକା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଟେଲିସେବା ପ୍ରହସନ ପାଲଟିଛି ।ତେଣୁ ତୁରନ୍ତ ବିନିକା ବ୍ଲକର ସମସ୍ତ ଗ୍ରାମାଞ୍ଚଳବାସୀଙ୍କୁ ବିଏସ୍ଏନ୍ଏଲ୍ ସେବା ଯୋଗାଇଦେବାକୁ ଦାବୀ ହେଉଛି ।