-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
18-Jan-2022
ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ଗ୍ରାମ ପଞ୍ଚାୟତ ଗରଗଡ଼ବାହାଲ ଠାରେ ନୂତନ ଡାକ ଘର ଉଦ୍ଘାଟନ ହୋଇଛି । ଏହା ସ୍ଥାନୀୟ ସରପଞ୍ଚ ଭକ୍ତବନ୍ଧୁ ଛତ୍ରିଆ ଙ୍କ କରକମଳରେ ଉଦ୍ଘାଟନ ହୋଇଥିବା ବେଳେ ଭାବେ ଟିଟିଲାଗଡ଼ ଡାକ ଅଫିସ ଏସ. ଓ ଶ୍ରୀ ରାମହରି ବାଗ ଗଂରେଇ ପୋଷ୍ଟ ଅଫିସର ରଞ୍ଜିତ ଛୁରା ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଭାବେ ନକୁଳ ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗରଗଡ଼ବାହାଲ ପୂର୍ବତନ ୱାର୍ଡ ମେମ୍ବର ଦୁର୍ୟୋଧନ ହଂସ , ଇନ୍ଦ୍ରମଣି ବାଗ ,ଦୟାନିଧି ବାଗ, ଧନମତ ବାଗ, ହୃଦାନନ୍ଦ ଯାଦବ ,ଭୁଜ ବାଗ ,ପ୍ରହ୍ଲାଦ ବାଗ, ଜଗବନ୍ଧୁ ଶିକା ଖରତମଲ ବାଗ, ବରୁଣ ବାଗ ହେମନ୍ତ ବାଗ, ଏବଂ ଗ୍ରାମର ବହୁ ଗୁଡ଼ିଏ ଭଦ୍ର ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ଡାକ ଘର ନିର୍ମାଣ ହେତୁ ଅଞ୍ଚଳର ଅନେକ ସୁବିଧା ସୁଯୋଗ ପାଇବା ପାଇଁ ଆଶା ରଖିଥିବା ଜଣାପଡିଛି।