-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ପଦ୍ମପୁର: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଇମାଲ ଠାରେ ବୀର ସୁରେନ୍ଦ୍ର ସାଏ କ୍ଳବ, ଆଇମାଲ ଆନୁକୂଲ୍ୟରେ ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୮ ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ , ଆନ୍ତର୍ଜାତୀୟ କରାଟେ ଖେଳାଳି ଗଜେନ୍ଦ୍ର ମେହେର , ଜିଲ୍ଲା ସୋସିଆଲ୍ ମିଡ଼ିଆ ସମ୍ପାଦିକା ରଶ୍ମିତା ମେହେରଙ୍କ ସହ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବଲାଙ୍ଗୀର କୌଶଳ ଏକାଡେମୀ ଓ ଖରମୁଣ୍ଡା ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇ ଖରମୁଣ୍ଡା ଦଳ ବିଜୟୀ ହୋଇ ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ର ମାନ୍ୟତା ପାଇଥିଲା । ସୁଧୀର ପଧାନ , ଗୋବିନ୍ଦ ବାରିହା, ମୁକେଶ ପାତ୍ର, ଦିଲ୍ଲୀପ ପାତ୍ର ଓ ଭିଏସଏସ କ୍ଳବର ସଦସ୍ୟଗଣ ଏହି ପ୍ରତିଯୋଗିତା ରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ।