-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା): ଖଣ୍ଡପଡା ବ୍ଲକ ସଭାଗୃହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅରୁଣିମା ସାହୁଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ଆଶାୟୀ
ସରପଞ୍ଚ, ସମିତିସଭ୍ୟ ତଥା ୱାର୍ଡସଭ୍ୟଙ୍କୁ ଫର୍ମ ପ୍ରଦାନ, ପ୍ରାର୍ଥୀପତ୍ର ସଂଗ୍ରହ ଓ ଯାଞ୍ଚ ଆଦି ବିଷୟରେ ବିସ୍ତୃତ ଭାବେ ସୂଚନା ଦିଆଯାଇଥିଲା। ଜିପିଇଓ ଅନିତ କୁମାର ବଡସେଟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ନକୁଳ ରାଉତ, ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ସମସ୍ତ ୨୨ଗୋଟି ପଞ୍ଚାୟତର ପିଇଓ, ତହସିଲ ଅଫିସରୁ ରାଜସ୍ୱ ନିରୀକ୍ଷକ, ଯୋଗାଣ ବିଭାଗ, ଶିକ୍ଷା ବିଭାଗ ତଥା ବ୍ଲକର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।