-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ସମ୍ବଲପୁର(ପ୍ରେରଣା ଖବର) ହୀରାକୁଦ ଜଳଭଣ୍ଡାରକୁ ଚଳିତ ବର୍ଷ ରେକର୍ଡ ୨ ଲକ୍ଷ ୮ ହଜାର ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି I ଗତ ବର୍ଷ ଏହି ସଂଖ୍ୟା ୧ ଲକ୍ଷ ୨୪ ହଜାର ଥିବାବେଳେ ଏଥର ସର୍ବକାଳୀନ ରେକର୍ଡ ହୋଇଛି I ସେହିପରି ଗତ ବର୍ଷର ୯୮ ତୁଳନାରେ ଚଳିତ ବର୍ଷ ମଧ୍ୟ ରେକର୍ଡ ୧୦୪ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି I ସେମାନଙ୍କ ମଧ୍ୟରେ ୧୯ଟି ନୂତନ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି, ଯେଉଁ ମାନେ ପୂର୍ବରୁ କେବେ ହୀରାକୁଦରେ ଦେଖାଯାଇ ନଥିଲେ ବୋଲି ପକ୍ଷୀ ଗଣନାର ନୋଡାଲ୍ ଅଧିକାରୀ ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି ।
ହୀରାକୁଦରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପକ୍ଷୀପ୍ରେମୀ ଏବଂ ପରିବେଶବିତ୍ଙ୍କୁ ଉତ୍ସାହିତ କରିଛି। ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ବର୍ଗ କିଲୋମିଟର୍ ଅଞ୍ଚଳରେ ପକ୍ଷୀ ଗଣନା ହୋଇଥିବାରୁ ଚଢ଼େଇ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।