-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) ::କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ଚଚରାପଡ଼ାରେ ଅଗ୍ନିକାଣ୍ଡ । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗାଁର କୁମର ରଣାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ଚାଉଳ, ଆସବାବପତ୍ର, ଡାଲି, କପଡା ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଠିକ୍ ସମୟରେ କଣ୍ଟାବାଞ୍ଜି ଅଗ୍ନିଶମ କର୍ମୀଚାରୀଙ୍କୁ ଖବର ଦେବା ପରେ ସେମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
କୁମର ରଣାଙ୍କ କହିବା ଅନୁସାରେ, ଆସନ୍ତା ଫେବୃଆରୀ ମାସ ୬ ତାରିଖରେ ତାଙ୍କ ଝିଅ ବାହାଘର ଥିଲା । ତେଣୁ ସେ ଚାଉଳ, କପଡା ସହ ଅନ୍ୟ ସାମଗ୍ରୀ କିଣି ରଖିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ସବୁ ନଷ୍ଟ ହୋଇଯାଇଥିବା ବେଳେ ଝିଅ ବିବାହ କେମିତି କରିବେ ବୋଲି କହିଛନ୍ତି । ସରକାର ତାଙ୍କୁ କିଛି ସାହାଯ୍ୟ ଯୋଗାଇ ଦେବାକୁ କୁମର ନିବେଦନ କରିଛନ୍ତି ।