-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ସlଲେପୁର: ଲୋକ ମାନଙ୍କ ପାଇଁ ଘର ଖଣ୍ଡିଏ ନଥିବା ବେଳେ ସରକାରଙ୍କ ଟଙ୍କାରେ ନିର୍ମାଣ ହୋଇଛି ମାହାମେରୁ ଭୁତ କୋଠି। ହଁ ଆଜ୍ଞା କଥାଟି ମିଛ ଲାଗୁଥିଲେ ବି ନିରାଟ ସତ୍ୟ।ଯାହା ଆମ କ୍ୟାମେରା ରେ କଏଦ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମପଞ୍ଚାୟତ ର ଏଲମାପୁର ଗ୍ରାମରେ।୧୯୯୯ ମସିହା ମହାବାତ୍ୟାରେ ଯେପରି ଭାବେ କ୍ଷୟକ୍ଷତି ହୋଇଥିଲା ଆଗାମୀ ଦିନରେ ବନ୍ୟା ଓ ବାତ୍ୟା କୁ ଆଖି ଆଗରେ ରଖି ପ୍ରତ୍ୟେକ ଅଞ୍ଚଳ ରେ ନିର୍ମାଣ କରାଯାଉଥିଲା ବହୁ ମୁଖି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ। କିନ୍ତୁ ଦୃଭାଗ୍ୟର କଥା ପ୍ରଶାସନିକ ଅଧିକାରୀ ଙ୍କ ଅପାରଗତା କାରଣରୁ ଠିକାଦାର ନିମ୍ନ ମାନର କାର୍ଯ୍ୟ କରିବା ସହିତ ଅଧାପନ୍ତରିଆ କାର୍ଯ୍ୟ କରି ଫେରାର ହୋଇଯାଇଥିବା ବେଳେ ପନ୍ଦର ବର୍ଷ ମଧ୍ୟରେ ଛାତରୁ ଢଳାଇ ଖସୁଥିବା ବେଳେ ଏବେ ଏହାର ଅବସ୍ଥା ନକହିଲେ ଭଲ । ସନ୍ଧ୍ୟା ସମୟରେ ମଦୁଆ ଓ ଗଞ୍ଜଡ ଙ୍କ ଆଖଡ଼ା ସ୍ଥଳୀ ପାଲଟିଛି, ଆପଣ ମାନେ ଭଲକରି ଦେଖନ୍ତୁ କିଭଳି ପାନ ଛେପ
ଛିଟା ପଡ଼ିଛି।ଅନ୍ୟ ପଟେ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଆସାଇ ପ୍ରାର୍ଥୀ ମାନେ ଦେଉଥିବା କିଛିଟା ଟଙ୍କା ରେ ଚାଲୁଛି ଭୋଜିଭାତ ଓ ସେଥିପାଇଁ ପ୍ରସ୍ତୁତି ହୋଇଛି ସ୍ଵତନ୍ତ୍ର ଚୁଲି । ଆପଣ ମାନେ ଭଲକରି ଦେଖନ୍ତୁ ସେହି ଗ୍ରାମର ଛାମୁଆ ନେତା ମାନଙ୍କ ସାହାୟତାରେ ଏଭଳି କାର୍ଯ୍ୟ ହେଉନାହିଁତ ?ଏବେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଏଭଳି ମହାମେରୁ ଭଳି ଅଟ୍ଟାଳିକା କୁ ଅସାମାଜିକ ମାନେ ନଷ୍ଟ କରୁଥିବା ବେଳେ ବିଭାଗୀୟ ଅଧିକାରୀ ନାହିରେ ତେଲ ଦେଇ ସୋଇଛନ୍ତି। ତେବେ ଏହା ଥିଲା ଆମର ଖବର ଏବେ ବିଚାର ଆପଣଙ୍କର।ଆପଣ ଯଦି ବିଚାର ନକରନ୍ତି ତେବେ ଏହାର ଖୁଲାସା କରିବୁ ଆମେ।