-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2022
ସୁବର୍ଣ୍ଣପୁର:: ଗତ ୧୦ ତାରିଖରେ ଶୁଭାରମ୍ଭ ହୋଇଥିବା ବୁଷ୍ଟର ଡୋଜ ଟୀକାକରଣ କାର୍ଯ୍ୟକ୍ରମରେ ଗତକାଲି ପଞ୍ଚମ ଦିନ ଯାଏ ସୁବର୍ଣ୍ଣପୁର ଜ଼ିଲ୍ଲା ରେ ସମୁଦାୟ ୪୬୮୫ ଜଣ ଲୋକ ଙ୍କୁ ବୁଷ୍ଟର ଡୋଜ ଟୀକା କରଣ କରାଯାଇଛି ବୋଲି ଜ଼ିଲ୍ଲା ଭେକସିନ ର ମୁଖ୍ୟ ପରିଚାଳକ ଶ୍ରୀ ପ୍ରମୋଦ ସାହୁ ପ୍ରକାଶ କରିଛନ୍ତି l ପ୍ରତିକୂଳ ପାଣି ପାଗ ଯୋଗୁଁ କୌଣସି ଭେକସିନ ସେଣ୍ଟର ରେ ଭିଡ଼ ଦେଖିବାକୁ ମିଳୁନ ଥିବା ଓ ଟୀକାକରଣ କାର୍ଯ୍ୟକ୍ରମ ଟିକେ ଧିମା ହୋଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି l ପ୍ରଶାସନିକ ଅଧିକାରୀ, ଗଣ ମାଧ୍ୟମ ଓ ଆଗ ଧାଡ଼ିର ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କ ପାଈଁ ମଧ୍ୟ ଖୁବ ଶୀଘ୍ର ବୁଷ୍ଟର ଡୋଜ ର ସ୍ୱତନ୍ତ୍ର ସୁବିଧା କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି l