-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
କଳାହାଣ୍ଡି(ପ୍ରେରଣା ଖବର ବ୍ୟୁରୋ): ଯୁବ ସାହିତ୍ୟସ୍ରଷ୍ଟା ଶ୍ରୀମାନ ଖୁସିରାମ ସାହୁଙ୍କ ଦ୍ୱାରା ପ୍ରତିଷ୍ଠା କରା ଯାଇଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ହେଉଛି ମୋ ଲେଖା ମୋ ଦୁନିଆ । ଲକ୍ଷ୍ୟ କେବଳ ଗୋଟିଏ, ସୁପ୍ତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରେରଣା ଯୋଗେଇଦେବା ଓ ସେମାନଙ୍କ ଦ୍ୱାରା ରଚିତ ଗଳ୍ପ ଓ କବିତାକୁ ସାରା ଦୁନିଆ ପାଖରେ ପହଞ୍ଚେଇବା। ଆଜିର ଯୁବପିଢୀ ସାହିତ୍ୟଠୁ ଦୂରେଇ ରହୁଥିବା ବେଳେ ସାହିତ୍ଯକୁ ଆଗେଇ ନେବା ପାଇଁ ଶ୍ରୀମାନ୍ ଖୁସିରାମଙ୍କ ଏହି ପ୍ରୟାସ ବାସ୍ତବିକ ସ୍ୱାଗତଯୋଗ୍ୟ ।
ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୋ ଲେଖା ମୋ ଦୁନିଆ ଅନୁକୂଲ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଅନଲାଇନ କବିତା ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଉତ୍କଳ ଶିକ୍ଷା ସଂସଦ, କୋଲକାତାର ଉପସଭାପତି ତଥା ତ୍ରୟୋମାସିକ ମୁଖପତ୍ର ପ୍ରତିବେଶୀର ସମ୍ପାଦକ, ସମାଜସେବୀ ଏବଂ ବିଶିଷ୍ଟ ଅନୁବାଦକ ପୀତାମ୍ବର ବାରିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ତା ସହିତ ଅଭିନେତା ଗୌର ଦାସ, ଦୈତାରୀ ପଣ୍ଡାଙ୍କ ସମେତ ଅନୁଷ୍ଠାନର ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଭବାନୀ ଶଙ୍କର ନିଆଲ, ଭାରତୀ ରଥ, ସନାତନ ମହାକୁଡ଼, ସମ୍ପାଦକ ଦୁର୍ଗାଶଙ୍କର ଦେ, ଅଜିତ କୁମାର ଭୋଇ, ଜ୍ଞାନେନ୍ଦ୍ର ଭୋଇ, ମନ୍ମଥ ସ୍ୱାଇଁ, ଖୁସିରାମ ସାହୁ, କମଳିନୀ ଚଣ୍ଡୀ ପ୍ରମୁଖ ସାମିଲ ରହି ସହଯୋଗ କରିଥିଲେ । ଏଥିରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ କଳାହାଣ୍ଡିରୁ ଚିତ୍ତରଞ୍ଜନ ସାହୁ, ଅଗ୍ନି କୁମାର ସାହୁ, ହିମାଞ୍ଚଳ ସାହୁ,ପ୍ରମୋଦ କୁମାର ସାହୁ, ଅରବିନ୍ଦ ସାହୁ, ଅନ୍ତର୍ଯ୍ୟାମୀ ସାହୁ,ଦିଲ୍ଲୀପ କୁମାର ନନ୍ଦୀ, ନୟାଗଡ଼ରୁ ନୀହାରିକା ପଣ୍ଡା, ଅରୂପାନନ୍ଦ ନାୟକ, ଅଶୋକ କୁମାର ନାୟକ,ସୁରେଶ ଚନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ରୀତା ଅପରାଜିତା ମହାନ୍ତି, କଟକରୁ ରାଜକିଶୋର ମୁଣ୍ଡି, ବରଗଡ଼ରୁ ଜିତେନ୍ଦ୍ରିୟ ସାହୁ, କୌସ୍ତୁଭ ଜାଲ, ସୁଷମା ମଞ୍ଜରୀ ଦାଶ, ବେଦବ୍ୟାସ ମେହେର, କେନ୍ଦୁଝରରୁ ସଞ୍ଜୟ କୁମାର ସାହୁ, ଜିତେନ୍ଦ୍ର କୁମାର ପାତ୍ର, ରତିନାରାୟଣ ରାଉତ,ବାଲେଶ୍ୱରରୁ ସୁଜାତା ଦାସ, ପ୍ରଶାନ୍ତ ଚଇନି, ମୟୁରଭଞ୍ଜରୁ ଡ଼. ସଂଜୀବ କୁମାର ପାଣିଗ୍ରାହୀ, କେନ୍ଦ୍ରାପଡ଼ାରୁ ସୁରେନ୍ଦ୍ର ଜେନା, ଗୋବିନ୍ଦ ବେହେରା, ଜଗତସିଂହପୁରରୁ ରଞ୍ଜିତା ସାହୁ, ସଂଯୁକ୍ତା ସାହୁ, ଯାଜପୁରରୁ ଜଗଦୀଶ ଶତପଥୀ, ଢେଙ୍କାନାଳରୁ ଅରୁନ୍ଧତୀ ଲେଙ୍କା, ସାରଙ୍ଗଧର ସାହୁ, ଗଜପତିରୁ ସୁରଥ ପାଇକ, ବଲାଙ୍ଗୀରରୁ ଶଙ୍କର ପ୍ରସାଦ ରଣା, ରାହୁଲ ତାଣ୍ଡି, ଭଦ୍ରକରୁ ସୁବାସ ଚନ୍ଦ୍ର ବିଶ୍ୱାଳ, ଅନୁଗୋଳରୁ ସୁବ୍ରତ କୁମାର ପ୍ରଧାନ, ନୂଆପଡାରୁ ମାଧବ ମାଝୀ, ସୁବର୍ଣ୍ଣପୁରରୁ ଘନଶ୍ୟାମ ତ୍ରିପାଠୀ, ମାଲକାନଗିରିରୁ ପ୍ରିୟମ୍ବଦା ରାଉତ, ଭାବଗ୍ରାହୀ ତ୍ରିପାଠୀ, କୋରାପୁଟରୁ ପ୍ରତିମା ମହାରଣା, ଗଞ୍ଜାମରୁ କୁସୁମ ପଣ୍ଡା, ସମ୍ବଲପୁରରୁ କଳ୍ପନା ରାୟ ପ୍ରମୁଖ ନିଜର ସ୍ୱରଚିତ କବିତା ଉପସ୍ଥାପନା କରି ଉକ୍ତ ଆସର ଟିକୁ ମନମୁଗ୍ଧକର କରିଥିଲେ । ଶେଷରେ ସହ ସମ୍ପାଦକ ଦୁର୍ଗାଶଙ୍କର ଦେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।