-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ସ୍ୱର୍ଣ୍ଣସେତୁ ଚଢେଇଗୁଡିରେ ଶ୍ରୀ ଅରବିନ୍ଦଙ୍କ ଦ୍ୱାଦଶ ତମ ଦେହାଂଶ ସ୍ଥାପନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଇତିଶ୍ରୀ ସାହୁ ଦୁର୍ଗାସ୍ତୋତ୍ର ଏବଂ ବିଜୟ ନାଏକ ପ୍ରାର୍ଥନା କରିଥିଲେ । ଆୟୋଜିତ ସଭାରେ ଲଲିତ ମୋହନ ପୁଝାରୀ, ଦିନେଶ ବିଶ୍ୱାଲ, ମଦନ ମୋହନ ଦାନୀ, ଡ.ଅରୁଣ କୁମାର ତ୍ରୀପାଠୀ ଯୋଗଦେଇ ଶ୍ରୀ ଅରବିନ୍ଦଙ୍କ ଜିବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ତ୍ରୀଦିପ ବଘାର ସ୍ୱାଗତ ଭାଷଣ ଦେଇଥିଲେ । ଗୀତାଞ୍ଜଲୀ ସାହୁ ମାତୃ ବନ୍ଦନା ଗାନ କରିଥିବା ବେଳେ ସାଶ୍ୱତ ତ୍ରୀପାଠୀ ଧନ୍ୟବାଦ ଦେଇଥିଲେ ।