-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା) ଜିଲ୍ଲାରେ ଚଳିତ ବର୍ଷ ଧାନକିଣା ନେଇ ଆଶଙ୍କା ଦେଖା ଦେଲାଣି l ଧlନକିଣା ପ୍ରକ୍ରିୟାକୁ ଜିଲ୍ଲାପାଳ ଗତ ୭ ତାରିଖରେ ମଣ୍ଡି ଶୁଭାରମ୍ଭ କରି ଧାନକିଣା ଅନୁକୂଳ ହେବାର ପରମ୍ପରାରେ ବ୍ୟତିକ୍ରମ ଦେଖାଦେଇଛି | ନୟାଗଡ ଜିଲ୍ଲାରେ ଆମ କୃଷିମନ୍ତ୍ରୀ ଡ଼.ଅରୁଣ ସାହୁ, ବିଜେଡି ପାଇଁ ଭୋଟ ଗୋଟେଇବାରେ ବ୍ୟସ୍ତ ରହି ଜିଲ୍ଲାର ଚାଷୀକୂଳ ପ୍ରତି ଅତ୍ମଘାତୀ କାର୍ଯ୍ୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି l ଏଜlବତ ସମସ୍ତ ମିଲର ଧାନ କିଣିବା ପାଇଁ ଏଗ୍ରିମେଣ୍ଟ କରି ନାହାଁନ୍ତି, ଏପଟେ ସୋସାଇଟିକୁ ଧାନ ଆଣିବା ପାଇଁ ଚାଷୀ ଛଟପଟ ହେଲେଣି l ନାଁ ଖୋଲୁଛି ମଣ୍ଡି ନାଁ ଆସୁଛନ୍ତି ମିଲର, ଏହାର ସୁଯୋଗ ନେଇ କିଛି ଦଲାଲ ବ୍ୟବସାୟୀ ଗାଁଗାଁ ବୁଲି ୧୧୦୦-୧୨୦୦ ଟଙ୍କାରେ ଧାନକିଣି ଆନ୍ଧ୍ର ଛତିଶଗଡ଼ ମୁହାଁ ହେଲେଣି କିନ୍ତୁ ଏହି ବେଆଇନ ଧାନ କିଣୁଥିବା ଦଲାଲଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନାହାଁନ୍ତି ଜିଲ୍ଲାପାଳ କିମ୍ବା ଯୋଗାଣ ଅଧିକାରୀ l ଚାଷୀଙ୍କ ମୋବାଇଲକୁ ମେସେଜ ଛାଡ଼ି ହାତଯୋଡି ବସି ରହିଛନ୍ତି ସୋସାଇଟି ସମ୍ପାଦକ ମାନେ l ଦୁଇଦିନ ଧରି ଅଦିନିଆ ଲଘୁଚାପ ବର୍ଷା ପୁଣି ଚାଷୀଙ୍କ ନିଦ ହଜାଇ ଦେଲାଣି | କାରଣ ବିଲରେ ଧାନ ଗଦା ମାରି ଥୁଆ ଯାଇଛି, ବର୍ଷାରେ ଧାନ ଓଦାହୋଇ ଗଜା ହୋଇଗଲେ ପୁଣି ଧାନ କିଣିବା ପାଇଁ ନାକ ଟେକିବେ ମିଲର l ନୟାଗଡ ଜିଲ୍ଲାରେ ଦୀର୍ଘବର୍ଷ ଧରି ଜିଲ୍ଲାପାଳଙ୍କ ଜାଣତରେ ମିଲର-ଯୋଗାଣ ବିଭାଗ ଅସାଧୁ ମେଣ୍ଟ ହୋଇ ମିଲର ମାନଙ୍କୁ ଚାଉଳ ଦେବାବେଳେ ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ ଏବେ ଜିଲ୍ଲା ପ୍ରଶାସନ ପାଇଁ କାଳ ହୋଇଛି l ମେଳି ବାନ୍ଧିଛନ୍ତି ମିଲର, ନlନା ପ୍ରକାର ସର୍ତରେ ସିକୁରିଟି ଟଙ୍କା ଡିପୋଜିଟ କରୁନାହାଁନ୍ତି l ଏହାର ସମାଧାନର ବାଟ ଯଥାଶୀଘ୍ର ବାହାରି ନପାରିଲେ ଫସିବେ ଚାଷୀକୁଳ l କିଛି ମିଲରଙ୍କ ନିମ୍ନ ମାନର ଚାଉଳକୁ ଏଫସିଆଇ ଯାଞ୍ଚ ପରେ ଖାଇବା ଉପଯୋଗୀ ନୁହେଁ ଦର୍ଶାଇ ଚାଉଳକୁ ଫେରେଇ ନେଵାପାଇଁ କୁହାଯିବା ପରେ ଜିଲ୍ଲାରେ ମିଲର ମାନେ ମେଳିବାନ୍ଧି ଧାନକିଣିବା ପାଇଁ ବିଭିନ୍ନପ୍ରକାର ଅପ୍ରlସଙ୍ଗିକ ତଥ୍ୟ ରଖୁଥିବାରୁ ଆଜିଯାଏଁ ମଣ୍ଡି ଖୋଲି ପାରୁ ନାହିଁ l ତେଣୁ କୃଷିମନ୍ତ୍ରୀ ଏବଂ ଜିଲ୍ଲାପାଳ ସ୍ପଷ୍ଟ କରନ୍ତୁ କେବେ ମଣ୍ଡି ଖୋଲିବ, ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି l ଆଜି ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ଯୋଗାଣ ବିଭାଗ ସଚିବ ଭିଭି ୟାଦବଙ୍କୁ ଇ-ମେଲ ଯୋଗେ ଅବଗତ କରାଯାଇଛି l