-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ବିନିକା(ହିମାଂଶୁ ଶେଖର ପୁଟେଲ)ଅତୀତରେ କ୍ରୀଡାର ବିକାଶ କି ଉନ୍ନତ ମାନର ଖେଳ ପଡିଆ ନଥିବାରୁ ସଂପ୍ରତି ବିନିକା ଅଞ୍ଚଳରେ କ୍ରିକେଟ,ଫୁଟବଲ,ଭଳିବଳ ତଥା ଖେଳ ସହ ଜଡ଼ିତ ବିଭିନ୍ନ ପ୍ରକାର ଖେଳ ପ୍ରତି ଯୁବକଙ୍କ ଆଗ୍ରହ କମି ଯାଉଥିବା ବେଳେ ବର୍ତମାନ ଘୁଡୁଘୁଡୁ ପଟି ଏବଂ ଜୁଆଖେଳ ପ୍ରତି ଯୁବ ପିଡି ଠୁଁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଆକୃଷ୍ଟ ହେଉଥିବା ଦେଖାଯାଇଛି । ଏପରିକୀ ଏହାର ପ୍ରାଧାନ୍ୟ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଯେଉଁଠାରେ ଏହି ଖେଳ ହେଉଥିବା ସୁରାକ ମିଳୁଛି ତତକ୍ଷଣାତ୍ ଟଙ୍କାର ଲୋଭରେ ସେହି ସ୍ଥାନକୁ ଲୋକେ ଯାଇ ଖେଳ ଖେଳୁଛନ୍ତି । କାରଣ ଏହି ଖେଳରେ ଅଧିକ ଆର୍ଥିକ ଲାଭ ଆଶା ଥିବାରୁ ଉକ୍ତ ଖେଳ ପ୍ରତି ଯୁବପିଢି ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି । ଯାହା ଫଳରେ ପୋଲିସ କର୍ତ୍ତୃପକ୍ଷଙ୍କ ଲଗାମ ରହୁନାହିଁ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ଯାତ୍ରା ପର୍ବ ବର୍ତମାନ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳର ବିଭିନ୍ନ ଗ୍ରାମରେ ଯୋରସୋର ଭାବେ ଚାଲୁଥିବାରୁ ଆୟୋଜକ ମାନେ ଟଙ୍କା କମାଇବା ପାଇଁ ଏହି ଘୁଡୁ ଘୁଡୁ ପଟି ଖେଳକୁ ପ୍ରାଧାନ୍ୟ ଦେଇ ଖେଳ ଖେଲାଉଛନ୍ତି । ଯାହା ଫଳରେ ନାବାଳକଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏଥିରେ ସାମିଲ ରହୁଛନ୍ତି ।ମାତ୍ର ଥରେ ଦୁଇଥର କିଛି ଟଙ୍କା ଜିତିଗଲେ ଆହୁରି ଅଧିକ ଟଙ୍କା ଖେଳି ହାରୁଛନ୍ତି ।ପୁଣି ଜିତିବା ଲୋଭ ନେଇ କେତେକ ଜମିବାଡ଼ି ଗହଣା ତ ଆଉ କେତେକ ଧାନ ବିକ୍ରି କରି ଖେଳ ଖେଳି ସର୍ବସ୍ରାନ୍ତ୍ ହେଉଛନ୍ତି । ଏହି ଖେଲକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରି ସିମାବର୍ତି ବରଗଡ଼ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଦିନ ବେଳା ଓ ରାତି ବେଳା ବିଭିନ୍ନ ସ୍ଥାନରେ ଏହି ଖେଳ ଚାଲିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ହେଇକି ପୋଲିସ ପ୍ରଶାସନ ଏହାକୁ ବନ୍ଦ କରିବାରେ କାହିଁକି ପଦକ୍ଷେପ ନେଉନାହିଁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ଉକ୍ତ ଖେଳ ଖେଲାଉଥିବା ବ୍ୟକ୍ତି ବିଶେଷ ଭିତିରିଆ ପ୍ରଶାସନ ସହିତ ସମ୍ପର୍କ ରଖି ଓ ମୋଟା ଅଙ୍କର ଟଙ୍କା ଦେଇ କୁଆଡେ ଖୁଲମଖୁଲା କାହାକୁ ବି ଖାତିର ନକରି ଏହି ବେଆଇନ ଖେଳକୁ ପ୍ରଶ୍ରୟ ଦେଉଥିବା ବିଶ୍ଵସ୍ତ ସୂତ୍ରରୁ ଶୁଣାଯାଉଛି ।