-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ଦେଓଗାଁ (ପ୍ରେରଣା ଖବର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ୍ ଅନ୍ତର୍ଗତ କରୁଆଝର ସ୍ଥିତ ଶ୍ରୀ ରାମଚନ୍ଦ୍ର ହାଇସ୍କୁଲର ୧୯୯୨ ମ୍ୟାଟ୍ରିକ ବ୍ଯାଚର ଛାତ୍ରଛାତ୍ରୀଙ୍କୁ ନେଇ ଦୀର୍ଘ ୩୦ ବର୍ଷ ପରେ ପୁରାତନ ଛାତ୍ର ବିଶ୍ଵେଶ୍ଵର ନନ୍ଦ, ବେଣୁଧର ସାହୁ ଓ ଯୁଧିଷ୍ଠିର ପ୍ରଧାନୀଙ୍କ ଆହ୍ମାନ କ୍ରମେ ମୁରାସିଂହ ଗ୍ରାମର ଗୁଞ୍ଜିମୁଣ୍ଡା ଚେକ ଡେମ୍ ଠାରେ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ଦିବଙ୍ଗତ ବନ୍ଧୁ ସାଧୁ ମେହେର ଏବଂ ଲମ୍ବୋଦର ସ୍ଵାଇଁଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା ସହ ଶୋକ ସଭା କରାଯାଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା
। ଏଣୁ ଏଣିକି ପ୍ରତିବର୍ଷ ଜାନୁଆରୀ ତୃତୀୟ ରବିବାର ଦିନ ବଂଧୁମିଳନ ହେବା ନେଇ ସହମତି ପ୍ରକାଶ ପାଇଥିଲା ଏବଂ ହାଇସ୍କୁଲର ଉନ୍ନତ ଶିକ୍ଷା ପାଇଁ ମୋ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ଗ୍ରାମର ସହପାଠୀଙ୍କୁ କୁହାଯାଇଥିଲା । ଛାତ୍ର ଜୀବନରେ ଘଟିଯାଇଥିବା ଅନୁଭୂତି ବଣ୍ଟାବଣ୍ଟି ହେବା ପରେ ବଂଧୁ ମିଳନର ସମୟ ଅତି ଆନନ୍ଦଦାୟକ ଥିବାନେଇ ପୁରାତନ ବଂଧୁମାନେ ପ୍ରକାଶ କରିଥିଲେ । ଉକ୍ତ ମିଳନ ପର୍ବ ରେ ଚୌକିଦାର ସାହୁ, ଦିଲିପ ପ୍ରଧାନ, ଭକ୍ତ ଚରଣ ସିଂଦେଓ, ସଂଜୟ ସଂଦେଓ, ପ୍ରଫୁଲ ବଗର୍ତ୍ତୀ, ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଘ୍ନରାଜ ମିଶ୍ର, ଶ୍ରୀକାନ୍ତ ଜାଲ, କଳାକାହ୍ନୁ ମେହେର, ବିଘ୍ନେଶ୍ଵର ସାହୁ, ଶିବ ଚରଣ ଛତ୍ରିଆ, ନରେନ୍ଦ୍ର ସାହୁ, ବିରେନ୍ଦ୍ର ଭୋଇ, କୈଳାଶ ଚରଣ ଭୋଇ, ଶିବ ନାଗ ପ୍ରମୁଖ ସହଯୋଗ କରିଥିଲେ ।