-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ପଦ୍ମପୁର/ଗାଇସିଲେଟ:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ର କନ୍ଦାଗାଡ଼ ଗ୍ରାମ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ପଂଚାୟତ ସ୍ତରୀୟ ଗଠନ କରିବା ସହିତ ଚାଷୀ ମାନଙ୍କ ସବୁ ପରିସ୍ଥିତି ସହ ଚାଷୀ ମାନଙ୍କ ସବୁ ଅସୁବିଧା ସୁବିଧାରେ ଛିଡା ହୋଇ ଚାଷୀ ମାନଙ୍କ ହକ ର ଲଢେଇ ରେ ଲଢ଼ିବା ପାଇଁ ଆହ୍ୱାନ କରିଥିଲ l ଏକତ୍ରିତ ହୋଇ ସଂଗଠନ କୁ ମଜବୁତ କରିବା ପାଇଁ ସମସ୍ତେ ମତ ଦେଇଥିଲେ l ଏହି ବୈଠକ ରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରା ଯାଇଥିଲା l ଏହି କମିଟିରେ
ଗଙ୍ଗାଧର ଭୋଇ ସଭାପତି,ରାହୁଲ ସାହୁ ଉପ ସଭାପତି, ଭୀମସେନ ସ୍ୱାଇଁ ସମ୍ପାଦକ,ରୋହିତ ବିଶ୍ୱାଳ ସହ ସମ୍ପାଦକ, ସିତରାମ ଖମାରୀ କୋଷାଧ୍ୟକ୍ଷ ଙ୍କୁ ଚୟନ କରି ସର୍ବ ସମ୍ମତି କ୍ରମେ ସଂଗଠନ ର ଦାୟିତ୍ୱ ପ୍ରଦାନ କରl ଯାଇଥିଲା l ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ,ଗାଇସିଲେଟ ବ୍ଲକରେ ସମସ୍ତେ ମିଶି କାମ କରିବେ ବୋଲି ସଂକଳ୍ପ ନେଲେ l ସବୁ କ୍ଷେତ୍ର ରେ କାମ କରି ଚାଷୀ ମାନଙ୍କ ସମସ୍ତ ଅସୁବିଧା ରେ ଲଢେଇ କରିବ ବୋଲି ନିଷ୍ପତି ଗ୍ରହଣ କରାଗଲା ଓ ସବୁ ସମୟରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ସହିତ ମିଶି କାର୍ଯ୍ୟ କରିବ ବୋଲି ବିଚାର କରାଗଲା l ଶେଷରେ ସଭାର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା l