-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
କଳାହାଣ୍ଡି,କୋକସରା(ତ୍ରିନାଥ ଵେଶ୍ରା )
ସାରା ରାଜ୍ୟରେ କଳାର ବିକାଶ ଓ କଳାକାର ଙ୍କ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କରି ଛନ୍ତି ମୁଖ୍ୟମନ୍ତ୍ରୀ କଳାକାର ଯୋଜନା l କଳାକାର ମାନଙ୍କୁ ଚି଼ହ୍ନଟ କରି ସେ ମାନ ଙ୍କୁ ମାସିକ ଭତ୍ତା ସହ ଅନ୍ୟ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି l କିନ୍ତୁ ଏହା ସହର ର ଆଖ ପାଖରେ ଥିବା ଗ୍ରାମ ବାସି ମାନଙ୍କ ପାଇଁ କହିଲେ ଭୁଲ ହେବ ନାହିଁ l ନିକଟରେ ଏମିତି ଏକ ଗାଁ କୁ ଆମ ପ୍ରତିନିଧି ପରିଦର୍ଶନ କରିବାକୁ ଯାଇଥିଲେ ଓ ସେଠାରେ ଦେଖି ବାକୁ ମିଳିଲା ଯେ ସ୍ୱାଧୀନତା ର 75 ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ସରକାରଙ୍କ ର ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ରହିଛନ୍ତି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକ ଆମପାଣି ଗ୍ରାମ ପଞ୍ଚାୟତ ର କନ୍ଦାଗଡ଼ ଗ୍ରାମ ରେ ଥିବା ପଥରରେ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରି ଲୋକଙ୍କ ମନ ମୋହୁଥିବା ପଥର ଶିଳ୍ପୀ ପରିବାର l
ଏ କଥା ଆମେ କହୁ ନାହୁଁ କହୁଛି ଏଠି କାର ପଥର କୁ ବିନ୍ଦିନା ଓ ହାତୁଡି ରେ ତିଆରି ହେଉ ଥିବା ନା ନା ପ୍ରକାରର ପଥରରେ ନିର୍ମିତ ହୋଇ ଲୋକଙ୍କ ମନ ମହୁ ଥିବା ଦେବ ପଥର ଶିଳ୍ପୀ ପରିବାର ଙ୍କ ବିକାଶ ର କଥା l କଥା ରେ ଅଛି ବଣ ମାଳତୀ ବଣରେ ଫୁଟି ଯେମିତି ମଉଳି ଯାଏ ସେପରି ଏମାନ ଙ୍କ ବିନ୍ଦିନା ର ଧୁନ ସରକାର ଙ୍କ କାନରେ ଆଜି ଯାଏଁ ଶୁଭା ଯାଇନି l କହିଲେ କୁଳ କୁଟୁମ୍ବ କୁ ଲାଜ ନ କହିଲେ କୁଳ ଭାସି ଯାଉଛି ସଦୃଶ୍ୟ ଏମାନେ ଆଜି ଯାଏଁ ପ୍ରଶାସନ ପାଖରେ ଶିଳ୍ପୀ କାର୍ଯ୍ୟ ଭତ୍ତା ପାଇଁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ସରକାର ଙ୍କ ଦୃଷ୍ଟି ଆଢୁଆଳରେ ରହି ଆସିଛି l ଏମାନଂକ ପରିବାର କହିଲେ 20 ପରିବାର ରୁ ଅଧିକ ଆମପାଣି ପଂଚାୟତ ଅଧୀନରେ ଥିବା କନ୍ଦାଗଡ଼ ଗ୍ରାମ ରେ ଆଜିକୁ ବର୍ଷ ବର୍ଷ ରୁ ଅଧିକ ଦିନ ଧରି ବସ ବାସ କରି ଆସୁଛନ୍ତି l ଏମାନଂକୁ ବୟସ ହିସାବେ ଶିଳ୍ପ କଳାର ଏକ ପ୍ରମାଣ ପତ୍ର ଦିଆ ଯାଇ ଥିଲେ ମଧ୍ୟ ବୟସ ଓ କଳାର ଚମତ୍କାରିତା କୁ ଦେଖି ଆଜି ଯାଏଁ ସରକାର ଙ୍କ ତରଫରୁ ଶିଳ୍ପୀ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି lଏମାନଂକ ବୃତ୍ତି କହିଲେ ବିଭିନ୍ନ ପ୍ରକାରର ପଥର କୁ ବାହାର ଜ଼ିଲ୍ଲା ରୁ ଆଣି , ପଥର କୁ ବିନ୍ଦିନା ଓ ହାତୁଡି ରେ କଲାର ଯାଦୁ ଦେଖାଇ ନା ନା ପ୍ରକାର ଦେବି, ଦେବତା,ମାଆ ଲକ୍ଷ୍ମୀ, ଗଣେଶ, ମହାପୁରୁଷ ଙ୍କ ମୂର୍ତ୍ତି ତିଆରି କରି ଲୋକ ଲୋଚନ କୁ ଆଣି ବିକ୍ରୟ କରି ପେଟ ପୋଷି ଥାନ୍ତି l ମୁକ ସାକ୍ଷୀ ପଥର କୁ ହାତର ଯାଦୁ ରେ ଜୀବନୀୟାସ ଦେଇ ଲୋକଙ୍କ ମନ ମୋହି ନେଇ ଥାନ୍ତି l ପଥର ତିଆରି ମୂର୍ତ୍ତି କୁ ବିଭିନ୍ନ ଜ଼ିଲ୍ଲା ତଥା ରାଜ୍ୟ ବାହାରୁ ଲୋକେ ଆସି କିଣି ନେଇ ଥାନ୍ତି! ଏହି ପଥର ଶିଳ୍ପୀ ଜାତିର ଲୋକେ କୁହନ୍ତି ଏହା ଆମର ବୃତ୍ତି ନୁହେଁ l ଏହା ହେଉଛି ଆମ ପୂର୍ବ ପୁରୁଷା ଶିଖେଇ ଦେଇ ଯାଇ ଥିବା କଲା l ବିଭିନ୍ନ ପ୍ରଜାତି ର ଲୋକେ ଆଧୁନିକ ଯୁଗ କୁ ତାଳ ଦେଇ ତାଙ୍କ କଲା, ବୃତ୍ତି, ବ୍ୟବସାୟ ଛାଡି ଅନ୍ୟ ବ୍ୟବସାୟ କରି ଆସୁଥିଲେ ମଧ୍ୟ ଆମ୍ଭେ ଏହି କଲା ବିନା ବଞ୍ଚି ପାରିବl ସମ୍ଭବ ନୁହେଁ l ପୂର୍ବ ପୁରୁଷା ଶିଖେଇ ଦେଇ ଯାଇଥିବା ଶିଳ୍ପ କଲା କୁ ସବୁଦିନ ପାଇଁ ଆଦରି ନେଇ ଲୋକ ମାନଙ୍କ ପାଖରେ ପହଞ୍ଚାଇ ବା ଆମରି ଧର୍ମ ବୋଲି ଶିଳ୍ପୀ ଜାତି ର ପରିବାର ଲୋକେ ଆମ ଚେନାଳ ର ପ୍ରତିନିଧି ଙ୍କ ସହିତ ସାକ୍ଷାତ କରି ପ୍ରକାଶ କରି ଥିଲେ l ତାଙ୍କ କହିବା ମୁତାବକ ତାଙ୍କ ର ଏହି ପଥର ଶିଳ୍ପ କଳାକୁ ରାଜ୍ୟ ସରକାର ପଥର ଶିଳ୍ପ କଳାର ମାନ୍ୟତା ଦେଇ ପରିବାର ପ୍ରତିପୋଷଣ ପାଇଁ କଳାକାର ଭତ୍ତା ସହ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ କରାଗଲେ ଦାଦନ ଖଟି ଜିବାରେବଞ୍ଚିତ ହେବେ ବୋଲି ସାଧାରଣ ରେ ଦାବି କରି ଛନ୍ତି l