-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Jan-2022
ବଲାଙ୍ଗୀର,-ବଲାଙ୍ଗୀର ଜିଲ୍ଲାରେ ଚଳିତ ଖରିଫରେ ଧାନକିଣାରେ ବ୍ୟାପକ ଅନୀୟମିତତା କରାଯାଉଥିବା ଅଭିଯୋଗ ହେଉଛି । କଷ୍ଟଉପାର୍ଜିତ ଧାନକୁ ଚାଷି ଉଚିତଦରରେ ବିକ୍ରି କରିକାରିପାରୁନହାଁନ୍ତି । ଫଳରେ ମଧ୍ୟସ୍ଥି ହାତରେ ଟେକିଦେଉଛନ୍ତି । ମିଲର୍ସଙ୍କ ମଧ୍ୟସ୍ଥି ହାତରେ କମଦରରେ ଧାନ କିଣି ମିଲର୍ସ ମଣ୍ଡିରେ ଫଲ୍ସଏଣ୍ଟ୍ରୀ କରୁଛନ୍ତି । ସେପଟେ ଟୋକନ ପାଇ ଚାଷି ମଣ୍ଡିକୁ ଧାନ ନେଲେ ମିନିମମ ମଣ୍ଡିକଟ ନାମରେ ୪ରୁ ୫କିଲୋ ଧାନ କଟନୀ କରାଯାଉଛି । ସବୁଠୁ ବିଡମ୍ବନାର ବିଷୟ ହେଲା ଅନେକ ପେକ୍ସରେ ସଂପାଦକଙ୍କ ବଦଳରେ ପେକ୍ସର ପିଅନ ଓ ଡିଇଓମାନେ ଧାନ କିଣୁଛନ୍ତି । ଧାନର ମାନ ପରୀକ୍ଷା କରିବାର ତାଲିମ କେବଳ ପେକ୍ସ ସଂପାଦକମାନେ ପାଇଛନ୍ତି । କିନ୍ତୁ ସେମାନେ ଦୁଇରୁ ତିନିଟି ପେକ୍ସର ଦାୟୀତ୍ୱ ରେ ଥିବାରୁ ସମୟ ଦେଇପାରୁନାହାଁନ୍ତି । ତେଣୁ ପେକ୍ସର ପିଅନ ହାତରେ ଚାଷିର ଭାଗ୍ୟ ରହୁଛି । ପିଅନ ଯାହା କଟନୀ କହିଲା ତାହା ଫାଇନାଲ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ବ୍ଲକର ସଦାଇପାଲି ପେକ୍ସରେ । ଏହି ପେକ୍ସରେ କୁଶ ସାହୁ ସଂପାଦକ ରହିଛନ୍ତି । ସେ ସଦଇପାଲି ସମେତ ଝାଙ୍କରପାଲି ଓ ଖୁଜେନପାଲି ପେକ୍ସର ମଧ୍ୟ ଦାୟୀତ୍ୱରେ ରହିଛନ୍ତି । ତେଣୁ ସବୁ ପେକ୍ସକୁ ସମୟ ଦେବା ସହଜ ନୁହେଁ । ସମବାୟ ବିଭାଗର ଅଧିକାରୀଙ୍କ ସହଯୋଗରେ ସଦାଇପାଲି ପେକ୍ସର ପିଅନ ବିଶିକେଶନ ନାଏକ ଧାନ କିଣୁଛନ୍ତି । ଆମେ ଶୁକ୍ରବାର ଦିନ ସଦାଇପାଲି ପେକ୍ସରେ ପହଞ୍ଚିଥିଲୁ । ସେଠାରେ ନିର୍ବଚନ ଗାଁର କିଛିଚାଷି ଧାନ ଆଣି ଓଜନ କରୁଥିଲେ । ତେବେ ମଇଶ୍ଚର ତଥା ଧାନର ମାନ ଟେଷ୍ଟିଂ କିଏ କରୁଛି ବୋଲି ପଚାରିବାରେ ପିଅନ ନିଜେ ଟେଷ୍ଟ କରୁଥିବା କହିଥିଲେ । ପେକ୍ସ ସଂପାଦକଙ୍କ ଅନୁପସ୍ଥିତିରେ ସେ ହିଁ ଡିଇଓଙ୍କ ସାଙ୍ଗରେ ମିଶି ଧାନକିଣୁଛନ୍ତି ବୋଲି କହିଥିଲେ । ଏହି ପେକ୍ସରେ ସଦଇପାଲି,ମାଧିଆପାଲି ଓ ବଲାଙ୍ଗୀର ପୌରପାଳିକାର ଚାଷିଙ୍କ ଧାନ ବିକ୍ରି ହୋଇଥାଏ । ତେଣୁ ଏହି ପେକ୍ସରେ ଚାଷିଙ୍କ ଭିଡ ରହିଥାଏ । ଏଠାକୁ ସନ୍ତୋଷ ରାଉଇସମିଲ,ବଜରଙ୍ଗ ରାଇସମିଲ ସମେତ ଆଉ କିଛି ମିଲକୁ ଟେଗହ କରାଯାଇଛି । ମଣ୍ଡିକୁ ଧାନ ଆସିଲେ ଏଠାରେ ଅତିକମରେ ୪କିଲୋ କଟନୀ କରାଯାଇ ବାକି ଧାନକୁ ହିସାବ କରାଯାଉଛି । ଏବିଷୟରେ ପେକ୍ସ ସଂପାଦସକ କୁଶ ସାହୁଙ୍କୁ ପଚାରିବାରୁ ତିନିଟି ପେକ୍ସ ଦାୟୀତ୍ୱରେ ଥିବା ହେତୁ ସବୁଆଡକୁ ସମୟ ଦେଇ ହେଉନାହିଁ ବୋଲି ସ୍ୱୀକାର କରିଛନ୍ତି । ଠିକ ସେହିପରି ଚାଷି ଓ ମିଲର୍ସଙ୍କ ଆଲୋଚନାରେ କଟନୀ ଫାଇନାଲ ହୋଇଥିବା କହିଛନ୍ତି ।
ସେହିପରି ପୁଇଁତଳା ବ୍ଲକରେ ମଧ୍ୟ ସମାନ ଅବସ୍ଥା । ପିପିର୍ଡାରେ ସୁଖିଲା ଧାନରେ ୫କିଲୋ କଟନୀ କରାଯାଉଥିବା ନେଇ ଚାଷି ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ସମବାୟ ବିଭାଗର ନୀରୀକ୍ଷକ ଗଜେନ୍ଦ୍ର ପଣ୍ଡା ଏହାର ତଦନ୍ତ କରିବେ ବୋଲି କହିଥିଲେ । କିନ୍ତୁ ସେ ତଦନ୍ତ କରିନାହାଁନ୍ତି । ଏପରିକି ଗତ ୨ମାସ ତଳେ ବଇରାସର,ବୁବେଲ,ଜାମଗାଁ ପେକ୍ସରେ ଋଣକାରବାରରେ ବ୍ୟାପକ ଜାଲିଆତି କରାଯାଇ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ଓ ମିଳିତ କୃଷକସଂଘର୍ଷ ସମିତି ପେକ୍ସ ସହିତ ସମବାୟବ୍ୟାଙ୍କକୁ ଘେରାଉ କରିଥିଲେ । ସେହି ଅଭିଯୋଗର ମତ୍ତତଦନ୍ତ ଦାୟୀତ୍ୱ ସେହିୁ ପଣ୍ଡା ବାବୁ ହାତରେ ରହିଛି । ସେ ଏପର୍ଯ୍ୟନ୍ତ କୁଆଡେ ତଦନ୍ତ କରିବାକୁ ସମୟ ପାଉନାହାଁନ୍ତି । ତେଣୁ ତଦନ୍ତ ଆରମ୍ଭ ସୁଦ୍ଧା ହୋଇନାହିଁ । ଏବେ ଧାନକିଣା ବେଳେ ମଳମଣ୍ଡା,ପିପିର୍ଡା,ଜାମଗାଁ,ବୁବେଲ,ବଇରାସର ଇତ୍ୟାଦି ପେକ୍ସରେ ଚାଷି ଅପେକ୍ଷା ବ୍ୟବସାୟୀଙ୍କ ପ୍ରଧାନ୍ୟ ବଢିଛି । ମିନର୍ଭା ଓ ଅନ୍ୟାନ୍ୟ ମିଲର୍ସଙ୍କ ଏଜେଣ୍ଟ ସାଜିଥିବା ଧାନ ବ୍ୟବସାୟୀମାନେ ଚାଷିଙ୍କ ଟୋକନରେ ଧାନ ଏଣ୍ଟ୍ରି କରୁଛନ୍ତି ବୋଲି ଚାଷିମାନେ ଅଭିଯୋଗ କରିଛନ୍ତି । କିନ୍ତୁ ସମବାୟ ବିଭାଗ,ଯୋଗାଣ ବିଭାଗ,ତହସିଲଦାର ଇତ୍ୟାଦି ଅଧିକାରୀମାନେ ଧାନକିଣା ତଦାରଖ କରୁଥିବା କହୁଥିବା ବେଳେ କୌଣସି ପେକ୍ସର ଭିଜିଟିଂ ରେଜିଷ୍ଟର ରେ ତଦାରଖକାରୀ ଅଧିକାରୀମାନଙ୍କର ଦସ୍ତଖତ ରହୁନାହିଁ । ଜିଲ୍ଲା ଯୋଗାଣ ନୀଗମ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ଚଳିତବର୍ଷ ଖରିଫରେ ଧାନ ବିକ୍ରିପାଇଁ ୬୨୩୩୯ଜଣ ଚାଷି ପଞ୍ଜିକୃତ ହୋଇଥିଲେ । ଏପର୍ଯ୍ୟନ୍ତ ସେଥିରୁ ୩୭,୦୨୧ଜଣ ଚାଷିଙ୍କଠାରୁ ୧୮,୭,୭୨୭କ୍ୱିଣ୍ଟାଲ ଧାନ କିଣାଯାଇ ସାରିଲାଣି । ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ସରକାରୀ ଭାବରେ ନଭେମ୍ବର ମାସ ୨୯ ତାରିଖରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ପ୍ରକୃତରେ ଡିସେମ୍ବର ୧୫ତାରିଖ ପରେ ଧାନ କିଣାଯାଇଛି । ମାତ୍ର ୨୦ଦିନରେ ୧୮ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଥିବା ନେଇ ସନ୍ଦେହ ଉପୁଜିଛି । ପେକ୍ସରେ ଜାଲିଆତି କରି ଫଲ୍ସ ଏଣ୍ଟ୍ରି ହେଉଥିବା ଅଭିଯୋଗକୁ ଅସ୍ୱୀକାର କରାଯାଇନପାରେ । ତେବେ ଏହି ଅଭିଯୋଗ ନେଇ ଡିଆରସିଏସ ଦାୟୀତ୍ୱରେ ଥିବା ଏଆରସିଏସ ପ୍ରଭାକର ନାଏକଙ୍କୁ ପଚାରିବାରୁ ଯାହାବି ଅଭିଯୋଗ ଆସିବ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି ।