-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ପଦ୍ମପୁର:-ସମଗ୍ର ଭାରତବର୍ଷ ର ଲୋକଙ୍କ ମହାମାରୀ କରୋନା,ଓମ୍ରିକୋନ୍ ନିଦ ହଜାଇ ଦେଇଥିବାବେଳେ ଓଡିଶା ରାଜ୍ୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ lଏହାକୁ ଆଖି ଆଗରେ ରଖି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ଭାବେ କୋଭିଡ ଏବଂ କିଶୋର ମାନଙ୍କ ଟୀକାକରଣ ସମ୍ବନ୍ଧେ ଜନସାଧାରଣ ଙ୍କୁ ସଚେତନ କରିବାପାଇଁ ଜିଲ୍ଲା ସାରା ଗୋଷ୍ଠି ଶିକ୍ଷା ଅଧିକାରୀ ଗଣଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି l ଆଜି ପାଇକମାଲ ବ୍ଲକ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ଘରକୁ ଘର ବୁଲି ଜିଲ୍ଲା ଓ ରାଜ୍ୟ ବାହାରେ ଟୀକା ଗ୍ରହଣ କରିଥିବା,୧୫ ରୁ ୧୮ ବର୍ଷ ବୟସ ଭିତରେ କିଶୋର କିଶୋରୀଙ୍କ ଟୀକା ଗ୍ରହଣ,ବର୍ତ୍ତମାନ
କୋଭିଡ ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ତଥ୍ୟ ଏବଂ ତାଙ୍କ ର ବର୍ତ୍ତମାନ ଅବସ୍ଥା ସମ୍ବନ୍ଧୀୟ ଆଦି ତଥ୍ୟ ସଂଗ୍ରହ କରିବା ସହିତ ସମସ୍ତଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରିଛନ୍ତି l ନିଶ୍ଚିତ ଭାବେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପରିଶ୍ରମ କୋଭିଡ ସଂକ୍ରମଣ ରୋକିବାରେ ସହାୟକ ହେବେ l ଜିଲ୍ଲାପାଳ ମହୋଦୟା ଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l