-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
09-Jan-2022
ବଲାଙ୍ଗିର(ପ୍ରେରଣା ଖବର) : ବଲାଙ୍ଗିର ସିଭିଲ କୋର୍ଟ ମୁଖ୍ୟ କିରାଣୀ ପଞ୍ଚାନନ ପଟ୍ଟନାୟକ ଓ ଜିଲ୍ଲା ଜଜ କୋର୍ଟ ପେସ୍କାର କୃଷ୍ଣ ପ୍ରସାଦ ମିଶ୍ର ଡିସେମ୍ବର ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ସିଭିଲ କୋର୍ଟ ପରିସରରେ ବିଚାରବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗିର ଜିଲ୍ଲା ଦୌରାଜଜ ଶ୍ରୀ ଲୋକନାଥ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l ସଭାକୁ ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ସଂଯୋଜନା କରିଥିଲେ l ଶ୍ରଦ୍ଧାଞ୍ଜଳି ମେହେର ମାନପତ୍ର ପାଠ କରିଥିଲେ l ବରିଷ୍ଠ କର୍ମଚାରୀ ରାଜେନ୍ଦ୍ର ଦାସ ଓ ଜ୍ୟୋତିମୟୀ ବେଜ ତଥା ଅବସର ଗ୍ରହଣ କରିଥିବା କର୍ମଚାରୀ ପଞ୍ଚାନନ ପଟ୍ଟନାୟକ ଓ କୃଷ୍ଣ ମିଶ୍ର ପ୍ରମୁଖ ସଭାରେ ଉଦବୋଧନ ଦେଇଥିଲେ l ଏହି ସଭାରେ ବଲାଙ୍ଗିର ସିଭିଲ କୋର୍ଟ ର ସମସ୍ତ ଵିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l ସଭାରେ ବିଦାୟୀ କର୍ମଚାରୀଙ୍କ ଚାକିରୀ ଜୀବନରେ ଶୃଙ୍ଖଳିତ ଓ କର୍ମଠ କାର୍ଯ୍ୟଶୈଳୀକୁ ଜିଲ୍ଲା ଜଜ ପ୍ରଂଶସା କରିଥିଲେ ଏବଂ ସଂଘ ର ଅବଦାନ କୁ ମଧ୍ୟ ପ୍ରଂଶସା କରିଥିଲେ l