-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2020
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ)- ପ୍ରତି ବର୍ଷ ପରି ଆସନ୍ତା ନଭେମ୍ବର ୨ଠ ଓ ୨୧ ତାରିଖ ଦୁଇ ଦିନ ଧରି ସମ୍ବଲପୁରର ବିଭିନ୍ନ ପୂଜା କମିଟି ପକ୍ଷରୁ ଛଟ୍ ପୂଜା ପାଳନ ହେବାକୁ ଯାଉଛି । ବରେଇପାଲି ନୀଲେଶ୍ୱର ଧାମ, ଛଟ୍ ପୂଜା କମିଟି, କଦମମାଲ, ଚନ୍ଦନନଗର, ମନ୍ଦଲିଆ, ଅଇଁଠାପାଲି ଛଟ୍ ପୂଜା ଏବଂ ରେମେଟ ଛକ ଛଟ୍ ପୂଜା କମିଟି ତରଫରୁ ଧୁମ୍ଧାମର ସହିତ ଏହି ପର୍ବ ପାଳିତ ହୋଇଥାଏ । ବାଜା, ରୋଷଣୀ ଓ ବାଣ ଫୁଟାଇ ଏହି ପର୍ବକୁ ପାଳନ କରାଯାଇଥାଏ । ଚଳିତ ବର୍ଷ କୋଭିଡ-୧୯ ତଥା କରୋନା ମହାମାରୀ ଯୋଗୁଁ ସରକାର ସମସ୍ତ ପର୍ବପର୍ବାଣୀ ଓ ଯାନିଯାତ୍ରା ଉପରେ ରୋକ୍ ଲଗାଇ ଥିବା ବେଳେ ଏ ପର୍ଯ୍ୟନ୍ତ ଛଟ୍ ପୂଜାର ପରିଚାଳନା ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।
ଏ ନେଇ ସମ୍ବଲପୁର ଛଟ୍ ପୂଜା କମିଟିର ଅଗଣିତ ସଭ୍ୟ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଛି । ଏ ନେଇ ସମ୍ବଲପୁରରେ ଥିବା ବିଭିନ୍ନ ଛଟ୍ପୂଜା କମିଟି ତରଫରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୂଜାର ସୁପରିଚାଳନା ସଂପର୍କରେ ଗାଇଡଲାଇନ୍ ଜାରି କରିବା ସହ ଏଥର କୋଭିଡ କଟକଣାକୁ ମାନି ଯେପରି ଛଟ୍ ପୂଜା ପାଳନ ହୋଇପାରିବ ସେ ନେଇ ନିର୍ଦ୍ଦେଶ ଜାରି କରିବାକୁ ମିଳି ଛଟ୍ ପୂଜା କମିଟିର ସଭ୍ୟ ମାନେ ଅନୁରୋଧ କରିଥିଲେ । ପୂଜାର ଅନୁମତି ଓ ପରିଚାଳନା ନେଇ ଖୁବଶୀଘ୍ର ଏକ ନିର୍ଦ୍ଦେନାମା ଜାରି ହେବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।