-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2020
ବଲାଙ୍ଗିର, ତା.୩୦/୦୯(ସନ୍ତୋଷ ଠାକୁର) : ଉତ୍ତର ପ୍ରଦେଶର ହଠରାସ ଠାରେ ୧୯ ବର୍ଷିୟ ଦଳିତ ଯୁବତୀଙ୍କର ବର୍ବର ଧର୍ଷଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ ଫାଷ୍ଟଟ୍ରାକ୍ କୋର୍ଟରେ ତୁରନ୍ତ ବିଚାର କରି ଦୃଷ୍ଟାନ୍ତମୂଳକ ଦଣ୍ଡଦେବା, ଅଶ୍ଲିଳ ସିନେମା, ସଂଗୀତ ୱେବ ସାଇଟ ସଂପୂର୍ଣ୍ଣ ବନ୍ଦ କରିବା, ମଦ ମାଦକ ଦ୍ରବ୍ୟ ବନ୍ଦ କରିବା ତଥା ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବୀରେ ଆଜି ଏଆଇଡିଏସ୍ଓ ତରଫରୁ ସର୍ବଭାରତୀୟ କଳା ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା । ଏହି ପ୍ରତିବାଦ ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସର୍ବ ଭାରତୀୟ କାଉନସିଲର ସୁନିଲ ଭୋଇ, ମମତା ନାୟକ, ବିମଳ ଭୋଇ, ମିଳି ବାଗ ସହ ବହୁ ସଦସ୍ୟ ସାମିଲ ଥିଲେ ।