-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ତଥା ଆଖପାଖ ଅଞ୍ଚଳରେ ଯୌନ କାରବାର ଖୋଲାଖୋଲି ଭାବେ ଚାଲିଥିବା ଅଭିଯୋଗ ହେଉଛି । ସ୍ଥାନୀୟ କିଛି ଦଲାଲ ବାହାରୁ ଯୁବତୀ ମାନଙ୍କୁ ଆଣି ଏଠାରେ ଦେହ ବେପାରରେ ନିୟୋଜିତ କରି ବେଶ ଅର୍ଥ ଉପାର୍ଜନ କରୁଥିବା ବେଳେ ସମ୍ପୃକ୍ତ ଯୁବତୀ ମାନଙ୍କୁ ନାମକୁ ମାତ୍ର ଅର୍ଥ ଦିଆ ଯାଉଥିବା ପ୍ରକାଶ । ତେବେ ଏହି ଯୌନ କାରବାରରେ ବାହାରର ଯୁବତୀ ବିଶେଷ କରି ବଙ୍ଗୀୟ ଯୁବତୀ ମାନେ ଲିପ୍ତ ଥିବା ଜଣାଯାଇଛି । ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସରେ ଏହି ଯୁବତୀ ମାନେ ସନ୍ଧ୍ୟାରେ ଲୋଇସିଂହା ରେଳଷ୍ଟେସନରେ ଓହ୍ଲାଇବା ପରେ ଦଲାଲ ମାନଙ୍କ ଜରିଆରେ ଠିକଣା ଯାଗାକୁ ଚାଲି ଯାଉଥିବା ଜଣାଯାଇଛି । ସ୍ଥାନୀୟ କଲେଜ ଛକ, ହୀରପୁର ଛକ ଓ ଅଗ୍ରସେନ ଭବନ ନିକଟରେ ଗ୍ରାହକ ଓ ଦଲାଲ ମଧ୍ୟରେ ମୂଳଚାଲ ହେବା ପରେ ସମ୍ପୃକ୍ତ ଯୁବତୀକୁ ଗ୍ରାହକ ସାଥିରେ ପଠାଇ ଦିଆଯାଉଛି । ଏହି କାରବାରରେ କେତେକ ସମ୍ଭ୍ରାନ୍ତ ପରିବାରର ଯୁବକ, କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସାମିଲ ଥିବା ଜଣାଯାଏ । ଏପରିକି କିଛି ବ୍ୟବସାୟୀ ଓ ଧନୀକ ଶ୍ରେଣୀର ଲୋକେ ଏହି ଯୁବତୀ ମାନଙ୍କୁ ନେଇ ବାହାରକୁ ମଧ୍ୟ ଯାଉଥିବା ଜଣାଯାଏ । ଏସବୁ ସତ୍ତ୍ୱେ ପୋଲିସ ଅଥବା ଗୁଇନ୍ଦା ବିଭାଗ ନିକଟରେ ଏ ନେଇ କୌଣସି ଖବର ନ ଥିବା ଜଣାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।